ଇସଲାମବାଦ୍: ପାକିସ୍ତାନ ସେନାମୁଖ୍ୟ ଜେନେରାଲ୍ କମାର ଜାଭେଦ ବାଜୱାଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ମାତ୍ର ଏହାର ବିରୋଧରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ଏହି ମାମଲାକୁ ଜନତାଙ୍କ ଉଦ୍ଦେଶ୍ୟରେ ଗ୍ରହଣ କରି ପାକିସ୍ତାନ ସେନାମୁଖ୍ୟଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧିକୁ ଖାରଜ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ ।
ନଭେମ୍ବର 29ରେ ଆବସର ନେଇଥାନ୍ତେ ବାଜୱା ମାତ୍ର ତାଙ୍କ କାର୍ଯ୍ୟକାଳକୁ ଆଉ 3 ବର୍ଷ ବଢାଇବାକୁ ଚାହୁଁଥିଲେ ଇମରାନ୍ ଖାନ୍ । ଏଥିପାଇଁ ଅଗଷ୍ଟ 19ରେ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ 3 ବର୍ଷ କାର୍ଯ୍ୟକାଳ ବୃଦ୍ଧିକୁ ଘୋଷଣା କରିଥିଲେ ମାତ୍ର ମୁଖ୍ୟ ବିଚାରପତି ଆସିଫ୍ ସୟେଦ ଖୋସା ସରକାରଙ୍କ ଏହି ଆବେଦନକୁ ଖାରଜ କରିବା ସହ ବୁଧବାର ଏହାର ଆଗାମୀ ଶୁଣାଣି ହେବ ।