ଶ୍ରୀନଗର: ପାକିସ୍ତାନୀ ସୈନ୍ୟଙ୍କ ବଦମାସୀ। ଗୁରୁବାର ରାତିରେ ଜାମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ସହିତ ଆଗୁଆ ଘାଟିରେ ପ୍ରବଳ ଗୁଳି ବିନିମୟ କରି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକ୍ ସୈନ୍ୟଙ୍କୁ ଭାରତୀୟ ଯବାନ ମୁହଁତୋଡ ଜବାବ ଦେଇଛନ୍ତି ବୋଲି ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି।।
ଜାମ୍ମୁକାଶ୍ମୀର ପୁଞ୍ଛରେ ପାକର ପ୍ରବଳ ଗୁଳି ବର୍ଷଣ, ଜବାବ ଦେଲେ ଭାରତୀୟ ଯବାନ - Pakistan resorts to intense shelling along LoC
ଜାମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ସହିତ ଆଗୁଆ ଘାଟିରେ ପ୍ରବଳ ଗୁଳି ବିନିମୟ କରି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍ ସୈନ୍ୟ। ଏପର୍ଯ୍ୟନ୍ତ ଭାରତୀୟ ପାର୍ଶ୍ୱରେ କୌଣସି ସୈନ୍ୟ ଆହତ ହୋଇଥିବା ଖବର ହୋଇନାହିଁ।

ଜାମ୍ମୁକାଶ୍ମୀର ପୁଞ୍ଚରେ ପାକର ପ୍ରବଳ ଗୁଳି ବର୍ଷା, ଭାରତୀୟ ଯବାନଙ୍କ ଦୃଢ ଜବାବ
ମୁଖପାତ୍ର କହିଛନ୍ତି ଯେ, ରାତି ପ୍ରାୟ 10 ଟା ବେଳେ ପାକିସ୍ତାନ ପଟୁ ଛୋଟ ଅସ୍ତ୍ରରେ ଗୁଳି ଚଳାଇ ଦେୱଗର ଏବଂ ମାଲ୍ଟି ସେକ୍ଟରରେ ମୋର୍ଟାର ମାଡ କରି ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଶେଷ ରିପୋର୍ଟ ଆସିବା ପରେ କ୍ରସ ସୀମା ଗୁଳି ବିନିମୟ ଚାଲିଥିବା ସେ କହିଛନ୍ତି। ଏପର୍ଯ୍ୟନ୍ତ ଭାରତୀୟ ପାର୍ଶ୍ୱରେ କୌଣସି ଆହତ ହୋଇଥିବା ଖବର ହୋଇନାହିଁ।