ଇସଲାମାବାଦ: ପାକିସ୍ତାନ କାରାଗାରରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ସପକ୍ଷରେ ଲଢିବା ପାଇଁ ଜଣେ ଭାରତୀୟ ଆଇନଜୀବୀଙ୍କ ନିଯୁକ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଇମ୍ରାନ ସରକାର । ପାକିସ୍ତାନ ଗୁରୁବାର ଏହି ପ୍ରସଙ୍ଗରେ କହିଛି ଯେ ଦେଶର ଅଦାଲତରେ ମୃତ୍ୟୁଦଣ୍ଡ ପାଇଥିବା କୁଳଭୂଷଣ ଯାଦବ ସପକ୍ଷରେ ମାମଲା ଲଢିବାକୁ ଜଣେ ଭାରତୀୟ ଆଇନଜୀବୀଙ୍କୁ ଅନୁମତି ଦେବା ଆଇନଗତ ଭାବେ ସମ୍ଭବ ନୁହେଁ।
କୁଳଭୂଷଣଙ୍କ ପାଇଁ ଭାରତୀୟ ଆଇନଜୀବୀ ନିଯୁକ୍ତ ଦାବିକୁ ପ୍ରତ୍ୟାଖ୍ୟାନ କଲା ପାକିସ୍ତାନ - କୁଳଭୂଷଣଙ୍କ ପାଇଁ ଭାରତୀୟ ଆଇନଜୀବୀ
ଅଦାଲତରେ ମୃତ୍ୟୁଦଣ୍ଡ ପାଇଥିବା କୁଳଭୂଷଣ ଯାଦବ ସପକ୍ଷରେ ମାମଲା ଲଢିବାକୁ ଜଣେ ଭାରତୀୟ ଆଇନଜୀବୀଙ୍କୁ ଅନୁମତି ଦେବା ଆଇନଗତ ଭାବେ ସମ୍ଭବ ନୁହେଁ ବୋଲି କହିଛି ପାକିସ୍ତାନ । ଅଧିକ ପଢନ୍ତୁ...
କୁଳଭୂଷଣଙ୍କ ପାଇଁ ଭାରତୀୟ ଆଇନଜୀବୀ ନିଯୁକ୍ତ ଦାବିକୁ ପ୍ରତ୍ୟାକ୍ଷାନ କଲା ପାକିସ୍ତାନ
ଇସଲାମାବାଦ ହାଇକୋର୍ଟ (IHC)ରେ ଯାଦବଙ୍କ ମାମଲାକୁ ଲଢିବା ପାଇଁ ସ୍ଥାନୀୟ ଓକିଲ ନିଯୁକ୍ତ କରିବାକୁ ଭାରତର ଦାବି ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧରୀ ଏହି ସୂଚନା ଦେଇଛନ୍ତି।
ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ଭାରତ ଯାଦବଙ୍କ ସପକ୍ଷରେ ପ୍ରତିନିଧିତ୍ବ କରିବାକୁ ଜଣେ ଭାରତୀୟ ଆଇନଜୀବୀ ଅନୁମତି ଦେବା ପାଇଁ ଭୁଲ ଦାବି କରୁଛି।