ଓଡିଶା

odisha

ETV Bharat / bharat

ପାକିସ୍ତାନର ଦୋମୁହାଁ ନୀତି, ଚୀନ ଉପରେ ନରମ-ଭାରତ ଉପରେ ଗରମ - Pakistan support china

ଚୀନରେ ଉଇଘୁର ମୁସଲିମ୍‌ଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ବନ୍ଧରେ ଜାଣି ମଧ୍ୟ ଏହାକୁ ବିରୋଧ କରୁନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଜାଣନ୍ତୁ କାହିଁକି?

Pakistan support china
ପାକିସ୍ତାନ-ଚୀନ

By

Published : Jan 23, 2020, 8:32 PM IST

ଇସଲାମାବାଦ: ଚୀନରେ ଉଇଘୁର ମୁସଲିମ୍‌ଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ପୁରା ବିଶ୍ବରେ ଚୀନକୁ ସମାଲୋଚନା କରାଯାଉଛି । କିନ୍ତୁ ଏହି ପ୍ରସଙ୍ଗରେ ଏବେ ସୁଦ୍ଧା ମୁହଁ ଖୋଲିନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତେବେ ଚୀନର ସତ ଜାଣିଥିଲେ ମଧ୍ୟ ସେ ତାକୁ କିଛି କହିପାରିବେ ନାହିଁ । କାରଣ ଚୀନ ପାକିସ୍ତାନର ବହୁତ ଭଲ ବନ୍ଧୁ ଏବଂ ସେ ପ୍ରତି ମୂହୁର୍ତ୍ତରେ ପାକିସ୍ତାନ ସରକାରଙ୍କୁ ସାହାଯ୍ୟ କରିଛି ବୋଲି ଇମ୍ରାନ ଖାନ କହିଛନ୍ତି।

କାଶ୍ମୀର ପ୍ରସଙ୍ଗକୁ ନେଇ ସର୍ବଦା ଭାରତର ସମାଲୋଚନା କରୁଥିବା ପାକିସ୍ତାନ ଚୀନ ମୁସଲିମ୍‌ଙ୍କ ଉପରେ ହେଉଥିବା ଅତ୍ୟାଚାର ବାବଦରେ କାହିଁକି ଚୁପ୍‌ ରହିଛନ୍ତି ବୋଲି ସ୍ବିଜରଲ୍ୟାଣ୍ଡର ଡାଭୋସ୍‌ଠାରେ ଜାରି ରହିଥିବା ବିଶ୍ବ ଅର୍ଥନୈତିକ ଫୋରମ୍‌ରେ ଏକ ସାକ୍ଷାତକାରରେ ଇମ୍ରାନଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ ଇମ୍ରାନ କହିଛନ୍ତି, 'ଚୀନ ଆମକୁ ସହାୟତା ପ୍ରଦାନ କରୁଛି । ଯେବେ ପାକିସ୍ତାନ ସରକାର ଅତ୍ୟନ୍ତ ଖରାପ ସ୍ଥିତିରେ ଥିଲେ ସେତେବେଳେ ଆମକୁ ଚୀନ ସାହାଯ୍ୟ କରିଥିଲା । ଏଥିପାଇଁ ଆମେ ଚୀନ ନିକଟରେ କୃତଜ୍ଞ । ଚୀନ ସହ ଯାହା ବି ସମସ୍ୟା ରହିଛି ତା'କୁ ଆମେ ଗୋପନରେ ସମାଧାନ କରିବୁ । ଏହାକୁ ଆମେ ସାର୍ବଜନୀନ କରିବୁନାହିଁ । ଏହା ଆମ ବୈଦେଶିକ ନୀତି ।'

ଏହି ପ୍ରସଙ୍ଗରେ ଚୁପ ରହିବାର ଅନ୍ୟ ଏକ କାରଣ ଦର୍ଶାଇ ଇମ୍ରାନ କହିଛନ୍ତି, ଏହି ପ୍ରସଙ୍ଗରେ ମୁଁ ବେଶି କିଛି ଜାଣିନାହିଁ । ମୁଁ ବେଳେବେଳେ ଏ ବିଷୟରେ ପଢ଼େ, କିନ୍ତୁ ଏହା କଶ୍ମୀରରେ ଘଟୁଥିବା ଘଟଣା ସହ ତୁଳନୀୟ ନୁହେଁ।'

ସୂଚନାଯୋଗ୍ୟ ଯେ, ଚୀନ ନିଜ ଦେଶର ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରୁଥିବା ନେଇ ତା'କୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ନିନ୍ଦା କରାଯାଇଥିଲା । ଉଇଘୁର ମୁସଲିମ୍‌ଙ୍କୁ ଗୃହବନ୍ଦୀ ଶିବିର ପଠାଇବା, ସେମାନଙ୍କ ଧାର୍ମିକ ଗତିବିଧି ଉପରେ ଦଖଲ ଆଦି ଅଭିଯୋଗ ଚୀନ ଉପରେ ଲାଗିଛି । କିନ୍ତୁ ପାକିସ୍ତାନ ଏହି ପ୍ରସଙ୍ଗରେ ଏବେ ସୁଦ୍ଧା ମୁହଁ ଖୋଲିନାହିଁ । ସେପଟେ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରଠାରୁ ସେ ଭାରତ ବିରୋଧରେ ବୟାନ ବାଜି କରିଆସୁଛି । ଜମ୍ମୁ-କାଶ୍ମୀରର ମୁସଲମାନଙ୍କ ଉପରେ ଅତ୍ୟାଚାର ହେଉଥିବାର ମିଥ୍ୟା ପ୍ରଚାର କରୁଛି ।

ABOUT THE AUTHOR

...view details