ଇସଲାମବାଦ: ପାକିସ୍ତାନକୁ ବଡ ଆଶ୍ବସ୍ତି । ପାକ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ କୋରୋନା ଭାଇରସ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ଜଣେ କୋରୋନ ସନ୍ଦିଗ୍ଧଙ୍କ ସଂସ୍ପର୍ଷରେ ଆସିବା ପରେ ତାଙ୍କର କୋଭିଡ-19 ଟେଷ୍ଟ କରାଯାଇଥିଲା । ତେବେ ବୁଧବାର ରାତିରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।
ପାକିସ୍ତାନକୁ ଆଶ୍ବସ୍ତି, ଇମ୍ରାନ ଖାନ କୋରୋନା ନେଗେଟିଭ - pakistan prime minister
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନାହିଁ କୋରୋନା ଡର । ବୁଧବାର ଇମ୍ରାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ।
ପାକିସ୍ତାନକୁ ଆଶ୍ବସ୍ତି, ଇମ୍ରାନ ଖାନ କୋରୋନା ନେଗେଟିଭ
ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଇମ୍ରାନ ଖାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି ।
ତେବେ ଏଠାରେ କହି ରଖୁଛୁ ଯେ ଇମ୍ରାନ ଖାନ ପାକିସ୍ତାନର ଏଡି ଫାଉଣ୍ଡେସନର ମୁଖ୍ୟ ଅବଦୁଲ ସତ୍ତାର ଏଡିଙ୍କ ପୁଅ ଫୈସଲ ଏଡିଙ୍କୁ ଏପ୍ରିଲ 15ରେ ଭେଟିଥିଲେ । ଯିଏ କୋରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଇମ୍ରାନ ଖାନଙ୍କୁ 1 କୋଟି ଟଙ୍କାର ଚେକ ଦେଇଥିଲେ । କିନ୍ତୁ ପରେ ଜଣାପଡିଥିଲା ଯେ ସେ କୋରୋନା ପଜିଟିଭ । ଏହାପରେ ଉତ୍ତେଜନା ଦେଖାଦେଇଥିଲା । ତୁରନ୍ତ ଇମ୍ରାନ ଖାନଙ୍କ ଟେଷ୍ଟ କରାଯାଇଥିଲା ।