ଇସଲାମାବାଦ: ଭାରତର ପ୍ରତିଟି ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କାଶ୍ମୀର ପରେ ଏବେ ଆସାମର ଏନ୍ଆରସି ଚୂଡ଼ାନ୍ତ ତାଲିକାକୁ ନେଇ ଟିପ୍ପଣୀ ଦେଇଛନ୍ତି ଇମ୍ରାନ । ଏହା ମୁସଲମାନ ସମ୍ପ୍ରଦାୟକଙ୍କୁ ଟାର୍ଗେଟ୍ କରିବା ପାଇଁ କରାଯାଉଥିବା ମୋଦି ସରକାରଙ୍କର ଷଡ଼ଯନ୍ତ୍ରର ଏକ ଅଂଶ ବୋଲି ସେ କହିଛନ୍ତି ।
ଏନଆରସିକୁ ନେଇ ମୋଦିଙ୍କୁ ଇମ୍ରାନଙ୍କ ଟାର୍ଗେଟ - pakistan pm imran khan
କାଶ୍ମୀର ପରେ ଏବେ ଆସାମର ଏନ୍ଆରସି ଚୂଡ଼ାନ୍ତ ତାଲିକାକୁ ନେଇ ଟିପ୍ପଣୀ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏହା ମୁସଲମାନ ସମ୍ପ୍ରଦାୟଙ୍କୁ ଟାର୍ଗେଟ୍ କରିବା ପାଇଁ କରାଯାଉଥିବା ମୋଦି ସରକାରଙ୍କ ଷଡ଼ଯନ୍ତ୍ରର ଏକ ଅଂଶ ବୋଲି ସେ କହିଛନ୍ତି ।
ଫାଇଲ ଫଟୋ
ଏନ୍ଆରସି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଇମ୍ରାନ ଟ୍ବିଟ କରି କହିଛନ୍ତି, "ମୋଦି ସରକାରଙ୍କର ମୁସଲିମ ସମ୍ପ୍ରଦାୟଙ୍କୁ ହଟାଇବାର ପଦକ୍ଷେପ ଚିନ୍ତାର ବିଷୟ । ମୋଦି ସରକାରଙ୍କ ମୁସଲିମ ହଟାଇବା ପଦକ୍ଷେପ ଉପରେ ବିଭିନ୍ନ ଭାରତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ସାରା ବିଶ୍ବ ପାଇଁ ସତର୍କ ଘଣ୍ଟି ବଜାଇ ସୂଚନା ଦେଇଛି ଯେ, ବେଆଇନ କାଶ୍ମୀର ଦଖଲ ତାଙ୍କର ଏକ ଷଡ଼ଯନ୍ତ୍ରର ଅଂଶ" ।
ତେବେ କିଛି ଦିନ ପୂର୍ବରୁ ମଧ୍ୟ ସେ ଟ୍ବିଟ କରି କହିଥିଲେ, ଭାରତରେ ମୁସଲିମ ସମ୍ପ୍ରଦାୟଙ୍କ ନରସଂହାର ର ଷଡଯନ୍ତ୍ର ରଚାଯାଉଛି ।