ଇସଲାମାବାଦ: ଦୁଷ୍କର୍ମକାରୀଙ୍କୁ କ୍ଷମା ନାହିଁ। ସେମାନଙ୍କୁ କଡାରୁ କଡା ଦଣ୍ଡ ମିଳିବା ଦରକାର। ଏଭଳି କଠୋର ଭାଷାରେ ଏପରି ଘୃଣ୍ୟ କାମକୁ ନିନ୍ଦା କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ସେ ଏହି ପାଶବିକ ପ୍ରକୃତିର ଲୋକଙ୍କ ପ୍ରତି ହୀନ ବ୍ୟବହାର କରିବାକୁ କହିବା ସହ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯାଉ କିମ୍ବା ରାସାୟନିକ ଭାବରେ ସେମାନଙ୍କ ଯୌନ କ୍ଷମତାକୁ କମ କରିବାକୁ କହିଛନ୍ତି। ଗତ ସପ୍ତାହରେ, ଲାହୋର ନିକଟ ଏକ ପ୍ରମୁଖ ରାଜପଥରେ ଗାଡି ଚଳାଉଥିବା ଦୁଇଟି ସନ୍ତାନର ଜନନୀଙ୍କୁ ତାଙ୍କ କାରରୁ ଟାଣି ଆଣି ବନ୍ଧୁକ ମୁନରେ ଦୁଇ ଜଣ ବଳାତ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ସୋମବାର ପୋଲିସ ଗିରଫ କରିଛି।
ଅପରାଧୀଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ ବୋଲି ଖାନ କହିଛନ୍ତି। ହେଲେ ୟୁରୋପୀୟ ୟୁନିଅନ (ଇୟୁ) ଦ୍ୱାରା ପାକିସ୍ତାନକୁ ଦିଆଯାଇଥିବା ବାଣିଜ୍ୟିକ ସ୍ଥିତି ପ୍ରତି ବିପଦ ଆସିପାରେ। 2014 ରେ ପାକିସ୍ତାନକୁ ଦିଆଯାଇଥିବା ଇୟୁର ଜେନେରାଲାଇଜଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସେସ୍ (ଜିଏସପି-ପ୍ଲସ୍) ମାନ୍ୟତା, ମାନବିକ ଅଧିକାର ଭଳି ଆନ୍ତର୍ଜାତୀୟ ସମ୍ମିଳନୀ ଉପରେ ନଜର ରଖିବା ଉପରେ ନିର୍ଭରଶୀଳ । ତେବେ ଖାନ କହିଛନ୍ତି ଯେ ସେ ଏହା ବଦଳରେ ରାସାୟନିକ କାଷ୍ଟ୍ରେସନର ବା ନଫୁସଙ୍କ ବିକଳ୍ପ ମଧ୍ୟ ଖୋଜୁଛନ୍ତି।