ଓଡିଶା

odisha

ETV Bharat / bharat

କୁଳଭୂଷଣ ମାମଲା: ଦଣ୍ଡାଦେଶ ସମୀକ୍ଷାକୁ ପାକିସ୍ତାନ ସଂସଦୀୟ କମିଟିର ମଞ୍ଜୁରୀ

କୁଳଭୂଷଣ ଯାଦବ ମାମଲାରେ ଆସିଛି ଆଶ୍ବସ୍ତିକର ଖବର । ଦଣ୍ଡାଦେଶର ସମୀକ୍ଷା କରିବା ପାଇଁ ସରକାରଙ୍କ ବିଲକୁ ମଞ୍ଜୁରୀ ଦେଇଛି ପାକିସ୍ତାନ ସଂସଦୀୟ କମିଟି । ଅଧିକ ପଢନ୍ତୁ...

କୁଳଭୂଷଣ ମାମଲା: ଦଣ୍ଡାଦେଶ ସମୀକ୍ଷାକୁ ପାକିସ୍ତାନ ସଂସଦୀୟ କମିଟିର ମଞ୍ଜୁରୀ
କୁଳଭୂଷଣ ମାମଲା: ଦଣ୍ଡାଦେଶ ସମୀକ୍ଷାକୁ ପାକିସ୍ତାନ ସଂସଦୀୟ କମିଟିର ମଞ୍ଜୁରୀ

By

Published : Oct 22, 2020, 5:10 PM IST

ଲାହୋର: ପାକିସ୍ତାନ ଜେଲରେ ବନ୍ଦୀ କୁଳଭୂଷଣ ଯାଦବ ମାମଲାରେ ଆସିଛି ଆଶ୍ବସ୍ତିକର ଖବର । ଯାଦବଙ୍କ ଦଣ୍ଡାଦେଶର ସମୀକ୍ଷା କରିବା ପାଇଁ ସରକାରଙ୍କ ବିଲକୁ ମଞ୍ଜୁରୀ ଦେଇଛି ପାକିସ୍ତାନ ସଂସଦୀୟ କମିଟି ।

ଏହା ପୂର୍ବରୁ କୁଳଭୂଷଣ ଯାଦବ ମାମଲାରେ ଇସଲାମାବାଦ ହାଇକୋର୍ଟ ପକ୍ଷରୁ ନିଯୁକ୍ତ ଆଇନଜୀବୀ କୋର୍ଟରେ ହାଜର ହେବାକୁ ମନା କରିଦେଇଥିଲେ । ଇସଲାମାବାଦ ହାଇକୋର୍ଟ ଦୁଇ ବରିଷ୍ଠ ଆଇନଜୀବୀ ଆବିଦ ହସନ ମିଣ୍ଟୋ ଓ ମଖଦୁମ ଅଲ୍ଲୀ ଖାନଙ୍କୁ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି 2 ଆଇନଜୀବୀ କୁଳଭୂଷଣଙ୍କ ମାମଲା ଲଢିବାକୁ ମନା କରିଦେଇଥିଲେ ।

ଆବିଦ ନିଜ ପ୍ରତିକ୍ରୟାରେ କହିଥିଲେ ଯେ ସେ ଅବସର ନେଇସାରିଛନ୍ତି ଓ ଦୀର୍ଘ ଦିନରୁ ଅଭ୍ୟାସ ମଧ୍ୟ କରୁନାହାନ୍ତି । ସେହିପରି ମଖଦୁ ଅଲ୍ଲୀ ଖାନ କିଛି ଜରୁରୀ କାର୍ଯ୍ୟର ଆଳ ଦେଖାଇ ମାମଲା ନଲଢିବାକୁ ମନା କରିଦେଇଛନ୍ତି । ପାକିସ୍ତାନ ଜେଲରେ ବନ୍ଦୀ କୁଳଭୂଷଣଙ୍କ ନିରପେକ୍ଷ ଶୁଣାଣି ପାଇଁ ବାହାରୁ କୌଣସି ଆଇନଜୀବୀ ନିଯୁକ୍ତ କରିବାକୁ କହିଥିଲା ଭାରତ ।

ଭାରତ ବାହାରର ଆଇନଜୀବୀ ନିଯୁକ୍ତ ପାଇଁ ଦାବି କରୁଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାହିଦ ହପିଜ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଏହା ଅବାସ୍ତବ । ତେବେ ଯେଉଁମାନଙ୍କ ପାଖରେ ପାକିସ୍ତାନର ଲାଇସେନ୍ସ ରହିଛି, କେବଳ ସେହି ଆଇନଜୀବୀମାନଙ୍କୁ ନିଯୁକ୍ତ କରିବା ପାଇଁ ଅନୁମତି ଦିଆଯାଇପାରିବ ବୋଲି ସେ କହିଥିଲେ ।

ABOUT THE AUTHOR

...view details