ନୂଆଦିଲ୍ଲୀ : ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ତୃତୀୟ କନସୁଲାର ଆକସେସ ଦେଲା ପାକିସ୍ତାନ । ଭାରତର ସର୍ତ୍ତ ଅନୁଯାୟୀ କୌଣସି ପାକିସ୍ତାନୀ ଅଧିକାରୀଙ୍କ ବିନା ଉପସ୍ଥିତିରେ ଯାଦବଙ୍କୁ ତୃତୀୟ କନସୁଲାର ଆକସେସ ଦିଆଯାଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମୁଦ କୁରୈଶୀ କହିଛନ୍ତି । କୁଳଭୂଷଣଙ୍କୁ ନିଃସର୍ତ୍ତ କନସୁଲାର ଆକସେସ ପ୍ରଦାନ କରାଯାଇନଥିବା ଗତକାଲି ଅଭିଯୋଗ କରିଥିଲା ଭାରତ । ତେବେ ଏହାର ଦିନକ ପରେ କୁଳଭୂଷଣଙ୍କୁ ପାକିସ୍ତାନ ତୃତୀୟ କନସୁଲାର ଆକସେସ ପ୍ରଦାନ କରିଛି ।
କୁଳଭୂଷଣ ଯାଦବଙ୍କୁ ତୃତୀୟ କନସୁଲାର ଆକସେସ ଦେଲା ପାକିସ୍ତାନ - ପାକିସ୍ତାନ
ଭାରତର ଶର୍ତ୍ତ ଅନୁଯାୟୀ କୌଣସି ପାକିସ୍ତାନୀ ଅଧିକାରୀଙ୍କ ବିନା ଉପସ୍ଥିତିରେ ଯାଦବଙ୍କୁ ତୃତୀୟ କନସୁଲାର ଆକସେସ ଦିଆଯାଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମୁଦ କୁରୈଶୀ କହିଛନ୍ତି ।

ଏହା ପୂର୍ବରୁ ଗୁରୁବାର ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ଦ୍ବିତୀୟ କନସୁଲାର ଆକସେସ ଦେଇଥିଲା । ଏହି ଆଧାରରେ ଗୁରୁବାର ଅପରାହ୍ନ ଇସଲାମାବାଦ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତର 2 ଜଣ ଅଧିକାରୀ କୁଳଭୂଷଣଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । କିନ୍ତୁ ଏହା ଅବାଧ ଏବଂ ନିଃସର୍ତ୍ତ ନଥିବା ଭାରତ ଅଭିଯୋଗ କରିଥିଲା । ତେଣୁ ଏହି ସାକ୍ଷାତକାର କନସୁଲାର ଆକସେସ ନୁହେଁ ବୋଲି ଭାରତ ପକ୍ଷରୁ କୁହାଯାଇଥିଲା ।
ଭାରତର ବିରୋଧ ସତ୍ବେ ପାକିସ୍ତାନର ଅଧିକାରୀମାନେ କୁଳଭୂଷଣ ଓ ଭାରତୀୟ ଅଧିକାରୀଙ୍କ ନିକଟରେ ବସି ରହି ଭୟ ଓ ଚାପ ସୃଷ୍ଟି କରିଥିଲେ । ଏପରିକି କୁଳଭୂଷଣଙ୍କ ସହ ହୋଇଥିବା ସମସ୍ତ କଥାବାର୍ତ୍ତାକୁ ଭିଡିଓ କ୍ୟାମେରାରେ ରେକର୍ଡ କରିଥିଲେ । କୁଳଭୂଷଣ ଯାଦବ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ ବୋଲି ଭାରତ କହିଥିଲା । କୁଳଭୂଷଣଙ୍କୁ ସାକ୍ଷାତ ପାଇଁ ପାକିସ୍ତାନ ଯେଉଁ ବ୍ୟବସ୍ଥା କରିଥିଲା ତାହା ଭାରତର ସର୍ତ୍ତ ଅନୁଯାୟୀ ନଥିଲା । ତେଣୁ ଏହାକୁ କନସୁଲାର ଆକସେସ ଭାବରେ ଗ୍ରହଣ କରାଯିବ ନାହିଁ ବୋଲି ଭାରତ କହିଥିଲା ।