ଭୋପାଳ: ଦେଶର ଭୌଗଳିକ ସ୍ଥିତି ଓ ଇତିହାସ ସମ୍ପର୍କରେ ଜ୍ଞାନଆହରଣ ପାଇଁ ସ୍କୁଲରେ ସାମାଜିକ ବିଜ୍ଞାନ ବିଷୟ ପଢାଯାଏ । ହେଲେ ଛାତ୍ରଛାତ୍ରୀଙ୍କୁ ସଠିକ ଜ୍ଞାନ ବଦଳରେ ଯଦି ଭୁଲ ତଥ୍ୟ ପଢାଯାଇ ସେମାନଙ୍କ ମନରେ ଭ୍ରମ ସୃଷ୍ଟି କରାଯାଏ, ତେବେ ଶିକ୍ଷା ବିଭାଗ ଉପରେ ପ୍ରଶ୍ନ ଉଠିବା ସ୍ବଭାବିକ । ମଧ୍ୟପ୍ରଦେଶ ବୋର୍ଡ ପରୀକ୍ଷାରେ ପଚାରାଯାଇଥିବା ଗୋଟିଏ ପ୍ରଶ୍ନକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଯାଇଛି । ମଧ୍ୟପ୍ରଦେଶ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପେପରରେ ପଚରାଯାଇଥିବା ପ୍ରଶ୍ନର ବିକଳ୍ପଗୁଡିକ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ଆଜାଦ କାଶ୍ମୀର ଲେଖାଯାଇଛି । ଶନିବାର ଦିନ ଅନୁଷ୍ଠତ ଦଶମ ସାମାଜିକ ଜ୍ଞାନ ପରୀକ୍ଷାର ପ୍ରଶ୍ନରେ ପଚରାଯାଇଛି ।
ପଚରାଯାଇଥିବା ପ୍ରଶ୍ନରେ ଛାତ୍ରଛାତ୍ରୀଙ୍କୁ ସଠିକ ଯୋଡି ମିଳାଇବା ପାଇଁ କୁହାଯାଇଥିଲା । ଗୋଟିଏ ସ୍ତମ୍ଭରେ ବାହାଦୁର ଶାହ ଜଫର, କଂଗ୍ରେସର ବିଭାଜନ, ଭାରତ-ପାକିସ୍ତାନ ଯୁଦ୍ଧ, କୋପରା ଓ ହଲମାର୍କ ଥିଲା । ଅନ୍ୟପକ୍ଷେ ଦ୍ବିତୀୟ ସ୍ତମ୍ଭରେ ସୁରଟ, ଉପଭୋକ୍ତା ସୁରକ୍ଷା ଅଧିନିୟମ, ସ୍ବର୍ଣ୍ଣ ଅଲଙ୍କାର, ଦିଲ୍ଲୀ ଓ ଆଜାଦ କାଶ୍ମୀର ଲେଖାଯାଇଥିଲା ।