ଓଡିଶା

odisha

ETV Bharat / bharat

ଇମ୍ରାନଙ୍କ କାଶ୍ମୀର ନିଶା, ସମାଧାନ ପାଇଁ ଟ୍ରମ୍ପଙ୍କ ପାଖେ ଗୁହାରି - ପାକିସ୍ତାନରେ ଦେଖାଦେଇଥିବା ଅର୍ଥନୈତିକ ସଂକଟ

ପାକିସ୍ତାନରେ ଉଗ୍ରରୂପ ଧାରଣ କରିଛି ଅର୍ଥନୈତିକ ସଂକଟ । ଆକାଶଛୁଆଁ ଦରଦାମ ବୃଦ୍ଧି ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ । ଅର୍ଥନୈତିକ ବିପଦରୁ ମୁକ୍ତି ପାଇଁ ଆମେରିକା ପାଖରେ ହାତ ପତେଇଛି ପାକିସ୍ତାନ । ଆଉ ଆଲୋଚନା ସମୟରେ କାଶ୍ମୀର ସମସ୍ଯାର ସମାଧାନ ପାଇଁ ଟ୍ରମ୍ଫକୁ ଗୁହାରି କରିଛନ୍ତି ଇମ୍ରାନ ।

ଡିଜାଇନ ଫଟୋ

By

Published : Jul 23, 2019, 10:22 AM IST

Updated : Jul 23, 2019, 5:16 PM IST

ନୂଆଦିଲ୍ଲୀ: ଋଣ ଭାରରେ ବୁଡି ସାରିଛି ଆତଙ୍କବାଦୀଙ୍କ ଜନ୍ମଦାତା ପାକିସ୍ତାନ । ଏହି ଦେଶ ଏବେ ଦେବାଳିଆ ଅବସ୍ଥାରେ । ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଂକଟ ସହ ଦରଦାମ ବୃଦ୍ଧିରୁ ମୁକ୍ତି ପାଇବା ପାଇଁ ମୁଖିଆ ଆମେରିକା ଗସ୍ତରେ । ସାହାଯ୍ୟ ପାଇଁ ଟ୍ରମ୍ପଙ୍କୁ ନେହୁରା କରିଛନ୍ତି ଇମ୍ରାନ ।

କିନ୍ତୁ ୱାଶିଂଟନ ଯେ ପାକିସ୍ତାନକୁ ସାହାଯ୍ୟ କରିବ, ତାହା ଆଶା କରିବା ପାକିସ୍ତାନ ପାଇଁ ହଜମ ହେଉନାହିଁ । କିନ୍ତୁ ଏପରି ଅବସ୍ଥାରେ ମଧ୍ୟ କାଶ୍ମୀର ଆଶା ଛାଡିନି ପାକିସ୍ତାନ । ନିଜ ଦେଶକୁ ସମ୍ଭାଳିବାକୁ ଅକ୍ଷମ ପାକ୍ କାଶ୍ମୀର ପାଇଁ ଟ୍ରମ୍ପଙ୍କ ନିକଟରେ ହାତ ପତାଇଛି । ପାକ ପ୍ରଧାନମନ୍ତ୍ରୀ ଆଲୋଚନାବେଳେ କାଶ୍ମୀର ପ୍ରସଙ୍ଗ ଉଠାଇ ସମାଧାନ ପାଇଁ ଟ୍ରମ୍ପକୁ ନିବେଦନ କରିଛନ୍ତି ।

ସେପଟେ ଟ୍ରମ୍ପ ମଧ୍ୟ ମଧ୍ୟସ୍ଥତାର ପ୍ରସ୍ତାବ ଦେବା ସହ ସମାଧାନ କରିବାକୁ ସକ୍ଷମ ହେବେ ବୋଲି ପ୍ରସ୍ତାବ ଦେଇଛନ୍ତି ।

Last Updated : Jul 23, 2019, 5:16 PM IST

ABOUT THE AUTHOR

...view details