ଇସଲାମାବାଦ: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବାର ଭାରତ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଘାଟିରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଛି ପାକିସ୍ତାନ । ଆତଙ୍କବାଦୀଙ୍କ ସାହାଯ୍ୟରେ ପାକ୍ ଲଗାତାର ଆକ୍ରମଣର ଯୋଜନା ଜାରି ରଖିଛି । ଖାସ କରି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଛି । ଏନେଇ ଆଜି ଆଇଏସ୍ଆଇ ଇସଲାମାବାଦ୍ରେ ଆତଙ୍କବାଦୀ ସଂଗଠନଗୁଡ଼ିକ ସହିତ ଗୁପ୍ତ ବୈଠକ କରିଥିବା ଜଣା ପଡିଛି ।
ଭାରତରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛି ପାକିସ୍ତାନ - ଆତଙ୍କବାଦୀ ସଂଗଠନ ସହ ଆଇଏସ୍ଆଇର ବୈଠକ
ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଛି ପାକ୍ । ଇସଲାମାବାଦ୍ରେ ଆତଙ୍କବାଦୀ ସଂଗଠନଗୁଡ଼ିକ ସହିତ ଗୁପ୍ତ ବୈଠକ କରିଛି ଆଇଏସ୍ଆଇ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଆଇଏସ୍ଆଇ ଜୈଶ୍-ଇ-ମହମ୍ମଦ୍, ଲଶ୍କର-ଇ-ତୋଏବା, ହିଜବୁଲ୍ ମୁଜାହିଦ୍ଦିନ୍, ଖଲିସ୍ତାନୀ ଜିନ୍ଦାବାଦ୍ ଫୋର୍ସର ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ସେମାନେ ଜମ୍ମୁ-କଶ୍ମୀର ସମେତ ଭାରତର ବିଭିନ୍ନ ଅଞ୍ଚଳରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଥିବା ଜାଣିବାକୁ ମିଳିଛି । ଜମ୍ମୁ-କାଶ୍ମୀର ଉପରେ ଅନ୍ତରାଷ୍ଟ୍ରୀୟ ସମୁଦାୟର ଧ୍ୟାନ ଆକର୍ଷଣ ପାଇଁ ଆଇଏସ୍ଆଇ ଆକ୍ରମଣର ଯୋଜନା କରୁଛି ।