ଓଡିଶା

odisha

By

Published : Sep 20, 2019, 10:46 AM IST

Updated : Sep 20, 2019, 2:51 PM IST

ETV Bharat / bharat

'ହାଓ୍ବଡି ମୋଦିକୁ' ଭଣ୍ଡୁର କରିବାକୁ ପାକିସ୍ତାନର ପ୍ରୟାସ

ଆମେରିକାର ହୋଷ୍ଟନରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ଶୋ ‘ହାଓଡି ମୋଦି’ ରେ ବାଧା ସୃଷ୍ଟି କରିବାକୁ ପାକିସ୍ତାନ ପ୍ରୟାସ କରୁଥିବା ବ୍ରିଟିଶ ସାମ୍ବାଦିକ କେଟି ହପକିନ୍ସ ଟ୍ବିଟ କରି ସୂଚନା ଦେଇଛନ୍ତି।

ଡିଜାଇନ ଫଟୋ

ୱାଶିଂଟନ ଡିସି: ଆମେରିକାର ହୋଷ୍ଟନ ଠାରେ ଆୟୋଜିତ ହେବାକୁ ଯାଉଛି ‘ହାଓଡି ମୋଦି’ କାର୍ଯ୍ୟକ୍ରମ। ପାଖାପାଖି 50 ହଜାର ଲୋକଙ୍କୁ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏଥିରେ ସାମିଲ ହେବେ। ଏ କାର୍ଯ୍ୟକ୍ରମକୁ ନେଇ ଏକ ବଡ ଖବର ସମ୍ନାକୁ ଆସିଛି। ଏଠାରେ ପାକିସ୍ତାନୀ ସମର୍ଥକ ଓ ପ୍ରଦର୍ଶନକାରୀ ପହଞ୍ଚୁଥିବା ନେଇ ସୂଚନା ମିଳୁଛି ।

ଫଟୋ ସୌଜନ୍ୟ: ଟ୍ବିଟର @KTHopkins

ବ୍ରିଟିଶ ସାମ୍ବାଦିକ କେଟି ହପକିନ୍ସ ପୁଣି ଥରେ ପାକିସ୍ତାନର ଅସଲି ଛବିକୁ ପଦାରେ ପକାଇ ଦେଇଛନ୍ତି । କେଟି ଟ୍ବିଟ କରି ମୋଦିଙ୍କ କାର୍ଯ୍ୟକ୍ରମରେ ପାକିସ୍ତାନ ପଟୁ ହେବାକୁ ଥିବା ଷଡଯନ୍ତ୍ରକୁ ସମ୍ନାକୁ ଆଣିଛନ୍ତି । ହୋଷ୍ଟନରେ ହେବାକୁ ଥିବା ମୋଦିଙ୍କ ଏହି ମେଗା କାର୍ଯ୍ୟକ୍ରମରେ ପାକିସ୍ତାନ ବାଧା ସୃଷ୍ଟି କରିବା ସହ ଏହାର ବିରୋଧ ପାଇଁ ଷଡଯନ୍ତ୍ର କରୁଥିବା ସେ ଟ୍ବିଟରରେ ଜଣାଇଛନ୍ତି।

ଜାମ୍ମୁ ଓ କାଶ୍ମୀର ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ନାରାବାଜି କରିପାରନ୍ତି ପାକିସ୍ତାନୀ ସମର୍ଥକ। ଏହି କାର୍ଯ୍ୟକ୍ରମ ସ୍ଥଳକୁ ଯାଉଥିବା ରାସ୍ତା ଓ ଷ୍ଟାଡିୟମ ବାହାରେ ସେମାନେ ବିରୋଧ ପ୍ରଦର୍ଶନ କରି ଦୁନିଆର ଧ୍ୟାନ ନିଜ ଆଡକୁ ନେବାର ପ୍ରୟାସ କରିପାରନ୍ତି।

Last Updated : Sep 20, 2019, 2:51 PM IST

ABOUT THE AUTHOR

...view details