ଓଡିଶା

odisha

ଏବେସୁଦ୍ଧା 2000ରୁ ଅଧିକ ଥର ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରିଛି ପାକିସ୍ତାନ

By

Published : Jun 14, 2020, 5:52 PM IST

ଚଳିତ ବର୍ଷ ଏବେ ସୁଦ୍ଧା ପାକିସ୍ତାନ ପକ୍ଷରୁ ସୀମାରେ 2000ରୁ ଉର୍ଦ୍ଧ୍ବ ଥର ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି । ଜୁନ ମାସର ପ୍ରଥମ 10 ଦିନ ମଧ୍ୟରେ ଅସ୍ତ୍ରବିରତି ଉଲଙ୍ଘନର 114ଟି ମାମଲା ସାମ୍ନାକୁ ଆସିଛି ।

ଅସ୍ତ୍ରବିରତି ଉଲଙ୍ଘନ
ଅସ୍ତ୍ରବିରତି ଉଲଙ୍ଘନ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଜାରି ରହିଥିବା ଭାରତୀୟ ସେନାକୁ ସଫଳତା ମିଳୁଛି । ଯାହା ପାକିସ୍ତାନକୁ ଝଟକା ସଦୃଶ ହୋଇଛି । ଫଳରେ ପାକିସ୍ତାନ ଜମ୍ମୁ-କାଶ୍ମୀରରେ ଏଲଓସିକୁ ଯୁଦ୍ଧ ମୈଦାନରେ ପରିଣତ କରିଛି । ଚଳିତ ବର୍ଷ ଏବେ ସୁଦ୍ଧା ପାକିସ୍ତାନ ପକ୍ଷରୁ ସୀମାରେ 2000ରୁ ଉର୍ଦ୍ଧ୍ବ ଥର ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି ।

ତାଜା ଘଟଣାକ୍ରମରେ ପାକିସ୍ତାନ ଶନିବାର ଜମ୍ମୁ-କାଶ୍ମୀରର ପୁଞ୍ଛ ସେକ୍ଟରରେ ଅସ୍ତ୍ରବିରତି ଉଲଙ୍ଘନ କରିଥିଲା । ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିଲେ ।

ତେବେ ପ୍ରତିରକ୍ଷା ମୁଖପାତ୍ର ଲେଫ୍‌ଟିନାଣ୍ଟ କର୍ଣ୍ଣଲ ଦେବେନ୍ଦ୍ରଙ୍କ କହିବା ଅନୁଯାୟୀ, '2020 ମସିହାରେ 6 ମାସରୁ ବି କମ ସମୟ ମଧ୍ୟରେ ପାକିସ୍ତାନୀ ସୈନ୍ୟ ଦ୍ବାରା ସୀମାରେ 2000ରୁ ଅଧିକ ଥର ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି । ଜୁନ ମାସର ପ୍ରଥମ 10 ଦିନ ମଧ୍ୟରେ ଅସ୍ତ୍ରବିରତି ଉଲଙ୍ଘନର 114ଟି ମାମଲା ସାମ୍ନାକୁ ଆସିଛି ।'

ABOUT THE AUTHOR

...view details