ଓଡିଶା

odisha

ETV Bharat / bharat

ଆତଙ୍କବାଦ ପାକିସ୍ତାନର ରାଷ୍ଟ୍ରନୀତି: ଭେଙ୍କୟା ନାଇଡୁ - naidu

ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆତଙ୍କବାଦୀ ପ୍ରସଙ୍ଗରେ ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି । ଆତଙ୍କବାଦଙ୍କ ନୀତି ଆପଣାଇବା ସହ ଆତଙ୍କବାଦ ପାକିସ୍ତାନର ଏକ ଜାତୀୟ ପଲିସି ବୋଲି କହିଛନ୍ତି । ଏହାସହ ଭାରତ ତାର ପଡୋଶୀଙ୍କ ସହ ମିତ୍ରତା ଭାବନା ଓ ଉତ୍ତମ ସମ୍ପର୍କ ରଖିବା ପାଇ ସଦାସର୍ବଦା ଇଚ୍ଛୁକ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ଏନଆଇ

By

Published : Mar 7, 2019, 1:26 PM IST

ନୂଆଦିଲ୍ଲୀ: ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆତଙ୍କବାଦୀ ପ୍ରସଙ୍ଗରେ ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି । ଆତଙ୍କବାଦଙ୍କ ନୀତି ଆପଣାଇବା ସହ ଆତଙ୍କବାଦ ପାକିସ୍ତାନର ଏକ ଜାତୀୟ ପଲିସି ବୋଲି କହିଛନ୍ତି । ଏହାସହ ଭାରତ ତାର ପଡୋଶୀଙ୍କ ସହ ମିତ୍ରତା ଭାବନା ଓ ଉତ୍ତମ ସମ୍ପର୍କ ରଖିବା ପାଇ ସଦାସର୍ବଦା ଇଚ୍ଛୁକ ବୋଲି କହିଛନ୍ତି । ପାରାଗୁଏରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବା ସମୟରେ ଏହା କହିଛନ୍ତି ଭେଙ୍କୟା ନାଇଡୁ ।

ଆତଙ୍କବାଦୀମାନବ ସଭ୍ୟତାର ଶତ୍ରୁ । ଭାରତ ଏକ ଶାନ୍ତି ପ୍ରିୟ ଦେଶ । ଭାରତ ସଦାସର୍ବଦା ତାର ପଡୋଶୀଙ୍କ ସହ ନିରହଦ ତଥା ଉତ୍କୃଷ୍ଟ ସମ୍ପର୍କ ସ୍ଥାପନ କରି ସମୃଦ୍ଧି ଦିଗରେ କାମ କରିବାକୁ ଚେଷ୍ଟା ରଖୁଥିବା ଦେଶ ବୋଲି ସେ କହିଛନ୍ତି । ଏହିକ୍ରମରେ ସେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ କଥାକୁ ମନେ ପକାଇଛନ୍ତି । 'ଯେ କେହି ଚାହିଁଲେ ବନ୍ଧୁ ବଦଳାଇ ପାରିବେ, ମାତ୍ର ପଡୋଶୀ ନୁହେଁ'; ଅଟଳଙ୍କ ଏହି କଥାକୁ ପାଳନ କରିବା ପାଇଁ ଭାରତ ସଦାସର୍ବଦା ପଡୋଶୀଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବା ଦିଗରେ ଭାରତ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛି । ମାତ୍ର ପଡୋଶୀ ଆତଙ୍କବାଦକୁ ରାଷ୍ଟ୍ରନୀତି କରିବା ସହ ସେମାନଙ୍କ ଲାଳନ ପାଳନ ପାଇଁ ଅର୍ଥ ଯୋଗାଣରେ ବ୍ୟସ୍ତ ରହୁଛି । ପଡୋଶୀଙ୍କ କଥା ଓ କାମରେ ତାଳମେଳ ରହୁ ନଥିବା କହିଛନ୍ତି ଉପରାଷ୍ଟ୍ରପତି ।

ଏହାସହ ସେ କହିଛନ୍ତି ଆତଙ୍କବାଦର କୈଣସି ଜାତି, ଧର୍ମ ନଥାଏ । ଆତଙ୍କବାଦୀ ଖରାପ, ଓ ପାଗଳ । ଏବେ ଆତଙ୍କରାଜକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା ସମୟ । ଏଥି ପାଇଁ ସମସ୍ତ ବିଶ୍ବବାସୀଙ୍କୁ ଏକତ୍ରିତ ହେବା ଦରକାର ବୋଲି ସେ କହିଛନ୍ତି ।

ଭାରତ ତାର ଶତ୍ରୁଙ୍କୁ ନିପାତ କରିବାର ସମସ୍ତ କ୍ଷମତା ରଖିଛି । ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆମର ୪୦ ଜଣ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି । ଭାରତ ଏହାର ଜବାବରେ କଣ କରିପାରେ ତାହା ସମଗ୍ର ବିଶ୍ବବାସୀଙ୍କୁ ଦେଖାଇ ଦେଇଛି । ଭାରତୀୟ ବାୟୁସେନା ପାକିସ୍ତାନରେ ଆକ୍ରମଣ କରିଛି ହେଲେ ଜଣେ ବି ସାଧାରଣ ଜନତାର ଜୀବନ ନେଇ ନାହିଁ । ଭାରତ ଯୁଦ୍ଧ ଚାହେଁନା କିନ୍ତୁ ଆତଙ୍କବାଦୀ ପ୍ରସଙ୍ଗରେ ଚୁପ ରହିବା ଦେଶ ନୁହେଁ ବୋଲି କହିଛନ୍ତି ।

ଏହାସହ ସେ କହିଛନ୍ତି ଭାରତୀୟ ବାୟୁସେନାର ଆକ୍ରମଣରେ ଯେଉଁମାନଙ୍କୁ ପ୍ରମାଣ ଦରକାର ସେମାନେ ପାକିସ୍ତାନ ଯାଇ ଏହା ବାବଦରେ ତଦନ୍ତ କରନ୍ତୁ ବୋଲି ଉପ-ରାଷ୍ଟ୍ରପତି କହିଛନ୍ତି ।


ଏଠାରେ ସୂଚନା ଯୋଗ୍ୟ ଯେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦୁଇଦିନିଆ ଲାଟିନ ଆମେରିକା ଗସ୍ତରେ ଯାଇଛନ୍ତି । ଏହି ଗସ୍ତରେ ସେ ରିପବ୍ଲିକ ଅଫ୍‌ ପାରାଗୁଏର ରାଷ୍ଟ୍ରପତି ଏଚ୍‌ଇ ମାରିଓ ଆବଡୋ ବେନଟିଜ୍‌ , ଉପ-ରାଷ୍ଟ୍ରପତି ଏଚ୍‌ଇ ହୁଗୋ ଭେଲାଜକ୍ୟୁଜଙ୍କୁ ଭେଟିଛନ୍ତି । ଏହାସହ ଆତଙ୍କବାଦ ପ୍ରସଙ୍ଗରେ ଦୁଇ ଦେଶ ବିସ୍ତୃତ ଆଲୋଚନା କରିବା ସହ ଆତଙ୍କବାଦ ବିରୋଧରେ ଲଢିବା ପାଇଁ ହାତ ମିଳାଇଛନ୍ତି ।

For All Latest Updates

ABOUT THE AUTHOR

...view details