ଓଡିଶା

odisha

ETV Bharat / bharat

ପାକିସ୍ତାନର ନିମନ୍ତ୍ରଣକୁ ସ୍ବୀକାର କଲେ ସିଦ୍ଧୁ - ସିଦ୍ଧୁଙ୍କୁ ନିମନ୍ତ୍ରଣ କଲେ ଇମ୍ରାନ ଖାନ

କରତାରପୁର କରିଡର ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ପାକିସ୍ତାନ ନିମନ୍ତ୍ରଣକୁ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ସ୍ବୀକାର ।

ଫାଇଲ ଫଟୋ

By

Published : Oct 30, 2019, 8:09 PM IST

Updated : Oct 31, 2019, 4:50 PM IST

ନୂଆଦିଲ୍ଲୀ: ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା କରତାରପୁର କରିଡର ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ପାକିସ୍ତାନ ନିମନ୍ତ୍ରଣକୁ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ସ୍ବୀକାର କରିଛନ୍ତି ।ଏହାସହ ନିମନ୍ତ୍ରଣ ଦେଇଥିବାରୁ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କରତାରପୁର କରିଡରକୁ ନିମନ୍ତ୍ରଣ କରିଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞ ଥିବା ସିଦ୍ଧୁ କହିଛନ୍ତି । ପାକିସ୍ତାନର ତେହରିକ-ଏ-ଇନ୍‌ସାଫ ପାର୍ଟି ସୂଚନା ମୁତାବକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରତାରପୁର କରିଡର ଉଦଘାଟନ ଉତ୍ସବରେ ସାମିଲ ହେବା ପାଇଁ ପଞ୍ଜାବ ପୂର୍ବତନ ମନ୍ତ୍ରୀ ତଥା କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ପାଇଁ ନିମନ୍ତ୍ରଣ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ସିନେଟର ଫୈସଲ ଜାଭେଦ ଖାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ନିର୍ଦ୍ଦେଶ ପରେ ନବଜୋତ୍‌ ସିଂହ ସିଦ୍ଧୁଙ୍କୁ ଟେଲିଫୋନ ଯୋଗେ କଥାବାର୍ତ୍ତା ହେବା ସହ କରତାରପୁର କରିଡର ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ପାକିସ୍ତାନ ଆସିବାକୁ ନିମନ୍ତ୍ରଣ ଦିଆଯାଇଥିଲା । ନଭେମ୍ବର 9 ତାରିଖରେ କରତାରପୁର କରିଡରକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକ୍‌ ପିଏମ ଇମ୍ରାନ ଖାନ ଉଦ୍‌ଘାଟନ କରିବେ ।

ଭାରତ କରତାରପୁର କରିଡର ରାସ୍ତାରେ କରତାରପୁର ସାହିବ ଯିବା ପାଇଁ 575 ଜଣିଆ ଶ୍ରଦ୍ଧାଳୁଙ୍କ ତାଲିକା ପାକିସ୍ତାନକୁ ପ୍ରଦାନ କରିଛି । ଏହି ତାଲିକାରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ, ହରସମ୍ରିତ କୌର ବାଦଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ସମେତ ପଞ୍ଜାବର ଅନେକ ସାଂସଦ ଓ ବିଧାୟକ ସାମିଲ ରହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ନବଜୋତ ସିଂହ ସିଦ୍ଧୁଙ୍କୁ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସମୟରେ ଶପଥଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଥିଲେ । ଏହାସହ ନିମନ୍ତ୍ରଣ ରକ୍ଷା କରି ସିଦ୍ଧୁ ପାକିସ୍ତାନ ମଧ୍ୟ ଯାଇଥିଲେ । ସେଠାରେ ସେ ପାକିସ୍ତାନ ସେନା ମୁଖ୍ୟଙ୍କୁ କୋଳାଗ୍ରତ କରିବା ପରେ ସିଦ୍ଧୁଙ୍କୁ କଡା ସମାଲୋଚନା ସାମ୍ନା କରିବାକୁ ପଡିଥିଲା।

Last Updated : Oct 31, 2019, 4:50 PM IST

ABOUT THE AUTHOR

...view details