ଇସଲାମାବାଦ : ଚୀନ ସହ ମିତ୍ରତା କରିବା ପାକିସ୍ତାନକୁ ଭାରି ପଡିଛି । ଚୀନ୍ ନୀତିର ସମୀକ୍ଷା କରିବା ନେଇ ଚାପରେ ଅଛନ୍ତି ପାକିସ୍ତାନର ଇମ୍ରାନ ସରକାର । ଚୀନକୁ ନେଇ ପାକିସ୍ତାନ ନିଜର ନୀତି ସମୀକ୍ଷା କରୁ ନଚେତ ବୈଶ୍ବିକ ବହିଷ୍କାର ଏବଂ ସମାଲୋଚନାର ଶିକାର ହେବାକୁ ପ୍ରସ୍ତୁତ ହେଉ ବୋଲି ପାକିସ୍ତାନ ସରକାରଙ୍କ ଉପରେ ଚାପ ପଡୁଥିବା ଜଣାପଡିଛି ।
ଚୀନର ହାତ ଛାଡିବ କି ପାକିସ୍ତାନ ? ଚାପରେ ଇମ୍ରାନ ସରକାର
ଚୀନକୁ ନେଇ ପାକିସ୍ତାନ ନିଜର ନୀତି ସମୀକ୍ଷା କରୁ ନଚେତ ବୈଶ୍ବିକ ବହିଷ୍କାର ଏବଂ ସମାଲୋଚନାର ଶିକାର ହେବାକୁ ପ୍ରସ୍ତୁତ ହେଉ ବୋଲି ପାକିସ୍ତାନ ସରକାରଙ୍କ ଉପରେ ଚାପ ପଡୁଥିବା ଜଣାପଡିଛି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୈଦେଶିକ ମନ୍ତ୍ରାଳୟ ଇମ୍ରାନ ଖାନଙ୍କ କାର୍ଯ୍ୟାଳୟକୁ ନିଜର ଚୀନ ନୀତି ସମୀକ୍ଷା କରିବାକୁ କହିଛି । ପାକିସ୍ତାନ ଚୀନ ସହ ନିଜ ସମ୍ପର୍କକୁ ନେଇ ତୁରନ୍ତ ନିଜ ନୀତି ସମୀକ୍ଷା କରୁ । ନଚେତ ତାକୁ କୋରୋନା ମହାମାରୀ ସମୟରେ ଅନେକ ଆର୍ଥିକ ମହାଶକ୍ତି ଦେଶର କ୍ରୋଧ ସହିବାରକୁ ପଡିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ତେବେ ଏହାର ସଙ୍କେତ ମଧ୍ୟ ପୂର୍ବରୁ ପାକିସ୍ତାନକୁ ମିଳିସାରିଛି । ଚୀନର ପ୍ରତ୍ୟକ କଥାରେ ସମର୍ଥନ କରୁଥିବା ପାକିସ୍ତାନର ଏୟାରଲାଇନକୁ ୟୁରୋପିୟ ୟୁନିୟନ ବ୍ୟାନ କରି ୟୁରୋପରେ ତାର ବିମାନକୁ ଅବତରଣ କରିବାର ଅନୁମତି ଛଡାଇନେଇଛି । ଭାରତ ପ୍ରତି ଚୀନର ଆକ୍ରମଣାତ୍ମକ ବ୍ୟବହାର ପରେ ୟୁରୋପୀୟ ୟୁନିୟନ ଏବେ ବେଜିଂକୁ କୂଟନୈତିକ ସ୍ତରରେ ନୁଆଁଇବାକୁ ଚାହୁଁଛି । ତେବେ ଚୀନ ସହ ସମ୍ପର୍କ ମଜବୁତ କରୁଥିବା ପାକିସ୍ତାନକୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡିପାରେ ବୋଲି ପାକିସ୍ତାନୀ ସୂତ୍ର ଆଶଙ୍କା କରୁଛନ୍ତି । ପାକିସ୍ତାନରେ ଚୀନ ବିରୋଧରେ ପୂର୍ବରୁ ହିଁ ଆକ୍ରୋଶ ରହିଛି ।