ଜେନେଭା: ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ (UNHRC)ରେ ପାକିସ୍ତାନ କାଶ୍ମୀର ବିଷୟ ଉଠାଇବା ସହ ଏହାକୁ ଭାରତର ଅଂଶ ମାନିଛି ।
ମାନିଲା ପାକିସ୍ତାନ; କାଶ୍ମୀରକୁ କହିଲା ଭାରତର ରାଜ୍ୟ
ଜେନେଭା ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁ୍ରେସି ଜାମ୍ମୁ ଓ କାଶ୍ମୀରକୁ ଭରତର ରାଜ୍ୟ ବୋଲି କହିଛନ୍ତି ।
ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେସି ନିଜ ସମ୍ବୋଧନ ସମୟରେ କାଶ୍ମୀରକୁ ଭାରତର ଆଭ୍ୟନ୍ତରୀଣ ଅଂଶ ତଥା ରାଜ୍ୟ ବୋଲି ମାନିଛନ୍ତି । କୁରେସି ନିଜ ବୟାନରେ କହିଛନ୍ତି, 'ଇଣ୍ଡିଆନ ଷ୍ଟେଟ ଜମ୍ମୁ ଓ କାଶ୍ମୀର' ତଥା ଭାରତୀୟ ରାଜ୍ୟ ଜମ୍ମୁ ଓ କାଶ୍ମୀର ।
ଜମ୍ମୁ ଓ କାଶ୍ମୀରରୁ 370 ଧାରା ଉଚ୍ଛେଦ ପରେ ପାକିସ୍ତାନର ଡର ସାମ୍ନାକୁ ଆସିଛି । ପାକିସ୍ତାନ ସବୁଆଡୁ ଭାରତକୁ ଘେରିବାକୁ ଚେଷ୍ଟା କରି ବାରମ୍ବାର ବିଫଳତାର ସାମ୍ନା କରୁଛି । ଏଥି ମଧ୍ୟରେ କଥା କଥାରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ମୁହଁରୁ ସତ ବାହାରି ଆସିଛି । କାଶ୍ମୀର ଭାରତର ଅବିଛେଦ୍ୟ ଅଙ୍ଗ ବୋଲି ବିଶ୍ବ ମାନୁଥାବା ବେଳେ ପାକିସ୍ତାନ ଏହାକୁ ଅସ୍ବୀକାର କରିଆସୁଥିଲା ।