ଓଡିଶା

odisha

ETV Bharat / bharat

ପାକିସ୍ତାନ ବିଦେଶ ମନ୍ତ୍ରାଣାଳୟ ୱେବସାଇଟ ହ୍ୟାକ, ଭାରତୀୟ ହ୍ୟାକରଙ୍କ ଉପରେ ଆରୋପ - hacked

ପାକିସ୍ତାନର ବିଦେଶ ମନ୍ତ୍ରଣାଳୟର ୱେବସାଇଟ ହ୍ୟାକ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମନ୍ତ୍ରଣାଳୟର ଅଧିକାରୀ ୱେବସାଇଟ ହ୍ୟାକ ହେବା ଘଟଣାରେ ଭାରତୀୟ ହ୍ୟାକରଙ୍କୁ ସନ୍ଦେହ।

ପ୍ରତିକାତ୍ମକ ଫଟୋ

By

Published : Feb 17, 2019, 1:21 PM IST

ନୂଆଦିଲ୍ଲୀ: ପାକିସ୍ତାନର ବଦେଶ ମନ୍ତ୍ରଣାଳୟର ୱେବସାଇଟ ହ୍ୟାକ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମନ୍ତ୍ରଣାଳୟର ଅଧିକାରୀ ୱେବସାଇଟ ହ୍ୟାକ ହେବା ଘଟଣାରେ ଭାରତୀୟ ହ୍ୟାକରଙ୍କୁ ସନ୍ଦେହ କରୁଛନ୍ତି ।

ଏହି ଘଟଣାରେ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ମହମ୍ମଦ ଫୈଜଲଙ୍କ କହିବା ଅନୁସାରେ, ଆଇଟି ବିଭାଗର ଟିମ ୱେବସାଇଟ ଖୋଲିବାରେ ଲାଗି ପଡିଛନ୍ତି । ଅଷ୍ଟ୍ରେଲିଆ, ସାଉଦି ଆରବ, ୟୁନାଇଟେଡ କିଙ୍ଗଡମ ଏବଂ ନେଦରଲ୍ୟାଣ୍ଡର ଉପଯୋଗକର୍ତ୍ତାଙ୍କ କହିବା ଅନୁସାରେ, ସେମାନେ ମନ୍ତ୍ରଣାଳୟର ୱେବସାଇଟ ନିକଟରେ ପହଞ୍ଚିବା ପାଇଁ ଅନେକ ସମସ୍ୟା ଭୋଗିବା ପାଇଁ ପଡିଥାଏ।

ତେବେ ଅଧିକ ସନ୍ଦେହ ଭାରତୀୟ ହ୍ୟାକରଙ୍କ ଉପରେ ରହିଛି ବୋଲି କହିଛନ୍ତି ଫୈଜଲ । ପୂର୍ବରୁ 2017 ମସିହାରେ ଭାରତୀୟ ହ୍ୟାକରଙ୍କ ଗୋଟିଏ ଟିମ ପିପିପି ଅଧିକାରୀଙ୍କ ୱେବସାଇଟ ହ୍ୟାକ କରିଥିବା ସୂଚନା ରହିଛି । ସେହିବର୍ଷ ଡିସେମ୍ବର ମାସରେ ମଧ୍ୟ କରାଚି ପୋଲିସ ଅଧିକାରୀଙ୍କ ୱେବସାଇଟ ହ୍ୟାକ ହୋଇଥିବା ଅଭିଯୋଗ ହୋଇଥିଲା । କଥିତ ଭାବେ ଏହି ହ୍ୟାକ ଭାରତୀୟ ହ୍ୟାକରଙ୍କ ଦ୍ବାରା ହୋଇଥିବା ସୂଚନା ରହିଛି।

ସେହିଭଳି 2016 ଜୁଲାଇ ମାସରେ ପାକିସ୍ତାନ ସେନାର ୱେବସାଇଟ ଏବଂ 2014ରେ ଲାହୋର ହାଇକୋର୍ଟ ୱେବସାଇଟ ଭାରତୀୟ ହ୍ୟାକରଙ୍କ ଦ୍ବାରା ହ୍ୟାକ ହୋଇଥିଲା । ତାର ଠିକ ଓଲଟା ଘଟଣାର ସାମନା କରିଥିଲା ଭାରତ । 2015 ମସିହାରେ ପାକିସ୍ତାନୀ ହ୍ୟାକରଙ୍କ ଦ୍ବାରା ରାୟପୁରର ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି(ଏନଆଇଟି)ର ୱେବସାଇଟ ହ୍ୟାକ ହୋଇଥିଲା ।

For All Latest Updates

ABOUT THE AUTHOR

...view details