ଓଡିଶା

odisha

ETV Bharat / bharat

ରାସ୍ତାରେ ପାକିସ୍ତାନ ପତାକାର ଚିତ୍ର

ପାକିସ୍ତାନର ଆତଙ୍କବାଦୀଙ୍କୁ ପଛୁଆ ସମର୍ଥନକୁ ସବୁ ଆଡୁ ନିନ୍ଦା କରାଯାଇଛି

By

Published : Feb 19, 2019, 11:39 PM IST

ଫଟୋ ସୌଜନ୍ୟ: ଏଏନଆଇ

ରାୟପୁର: ପାକିସ୍ତାନର ଆତଙ୍କବାଦୀଙ୍କୁ ପଛୁଆ ସମର୍ଥନକୁ ସବୁ ଆଡୁ ନିନ୍ଦା କରାଯାଇଛି । ଆଉ ବିରୋଧର ଏହି ସ୍ୱର ଏବେ ସବୁ ଭାରତୀୟଙ୍କ ରକ୍ତରେ ପ୍ରବାହିତ ହେଉଛି । ଫଳସ୍ୱରୂପ ଛତିଶଗଡ଼ର ରାୟପୁରର ଜଣେ ଚିତ୍ରଶିଳ୍ପୀ ଏବେ ନିଆରା ଉଦ୍ୟମ କରିଛନ୍ତି ।


ସେ ରାସ୍ତାରେ ଆଙ୍କିଛନ୍ତି ପାକିସ୍ତାନର ବାନା । ପାକିସ୍ତାନ ପତାକାକୁ ରାସ୍ତା ଉପରେ ଆଙ୍କି ମୁର୍ଦାବାଦ ବୋଲି ଲେଖାଯାଇଛି । ଏହି ଚିତ୍ରଶିଳ୍ପୀ ଜଣକ ହେଉଛନ୍ତି ବିନୋଦ କୁମାର ପଣ୍ଡା ।


ବିନୋଦଙ୍କ ସହଯୋଗୀମାନେ ମିଶି ରାସ୍ତା ଉପରେ ଏଭଳି ପ୍ରତିବାଦ କରିଛନ୍ତି । ଏଠାରେ ସୂଚନା ଥାଉ କି ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ସାରା ଦେଶରେ ଏବେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ପାକିସ୍ତାନ ପ୍ରତି ଦୃଢ ଆଭିମୁଖ୍ୟ ନେବାକୁ ଦେଶବାସୀ ଦାବି କରୁଛନ୍ତି ।


ଆଉ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପାକିସ୍ତାନକୁ ଦୃଢ ଜବାବ ଦିଆଯିବ ବୋଲି କହିଛନ୍ତି । ଗତ ୧୪ ତାରିଖ ଦିନ ପୁଲୱାମାଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ।

For All Latest Updates

ABOUT THE AUTHOR

...view details