ଓଡିଶା

odisha

ETV Bharat / bharat

ଗୁଗୁଲ ସର୍ଚ୍ଚରେ ପାକିସ୍ତାନ 'ବେଷ୍ଟ ଟଏଲେଟ ପେପର ଇନ ଦ ୱାଲର୍ଡ'

ଗୁଗୁଲ ସର୍ଚ୍ଚରେ ଯାଇଁ ବେଷ୍ଟ ଟଏଲେଟ ପେପର ଇନ ଦ ୱାଲର୍ଡ ସର୍ଚ୍ଚ କଲେ ପ୍ରଥମରେ ପାକିସ୍ତାନର ଜାତୀୟ ପତାକା ଆସୁଛି ।

By

Published : Feb 17, 2019, 5:35 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ @ ଟ୍ୟୁଇଟର

ନୂଆଦିଲ୍ଲୀ: ପଠାନକୋଟ, ଉରି ଓ ପୁଲୱାମା ଆକ୍ରମଣ ପରେ ଚର୍ଚ୍ଚାରେ ପାକିସ୍ତାନ । ଏହି ଆକ୍ରମଣ ପାଇଁ ସମଗ୍ର ବିଶ୍ୱ ସମ୍ମୁଖରେ ପାକିସ୍ତାନକୁ ଲଜ୍ଜିତ ହେବାକୁ ପଡିଛି ।

ତେବେ ଭାରତର ସବୁଠୁ ବଡ ଶତ୍ରୁ ତଥା ଆତଙ୍କବାଦୀଙ୍କ ଭୂସ୍ବର୍ଗ ତାଲିକାରେ ଏହି ଦେଶ ସର୍ବାଗ୍ରେ ରହିଛି । ସବୁଠୁ ବଡ କଥା ହେଉଛି ସର୍ଚ୍ଚ ଇଞ୍ଜିନ ଗୁଗୁଲ ମଧ୍ୟ ପାକିସ୍ତାନକୁ ଦେଇଛି ନୂଆ ପରିଚୟ । ଗୁଗୁଲରେ ବେଷ୍ଟ ଟଏଲେଟ ପେପରେ ଇନ ଦ ୱାଲର୍ଡ ସର୍ଚ୍ଚ କଲେ ଆସୁଛି ପାକିସ୍ତାନ ।

ଗୁଗୁଲ ସର୍ଚ୍ଚରେ ଯାଇ ବେଷ୍ଟ ଟଏଲେଟ ପେପର ଇନ ଦ ୱାଲର୍ଡ ସର୍ଚ୍ଚ କଲେ ପ୍ରଥମରେ ପାକିସ୍ତାନର ଜାତୀୟ ପତାକା ଆସୁଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଇଛି ପାକିସ୍ତାନ । ଏହାସହ ଲୋକମାନେ ଟ୍ୟୁଟର ସ୍କ୍ରିନସଟ ନେଇ ବିଭିନ୍ନ ମଜାଦାର ପୋଷ୍ଟ କରିବାରେ ଲାଗିଛନ୍ତି ।

ପୁଲୱାମାରେ ସିଆରଫିଏସ ଯବାନମାନଙ୍କ ଉପରେ ହୋଇଥିବା ଆକ୍ରମଣର ଦୁଇ ଦିନ ପରେ ଏହି କଥା ସମ୍ନାକୁ ଆସିଛି । ଗୁରୁବାର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ 46 ଜଣ ଯବାନ ଶହୀଦ ହୋଇଛନ୍ତି । ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

ସୂଚନା ଅନୁସାରେ, ଏହା ଗୁଗୁଲର ପ୍ରଥମ ଥର ପାଇଁ ଅଜବ ଧରଣର ଆଲଗୋରିଦିମ ନୁହେଁ । ଏହା ପୂର୍ବରୁ ପାକିସ୍ତାନ ପ୍ରଧାମମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋକୁ ନେଇ ମଧ୍ୟ ଟ୍ରୋଲ ହୋଇଥିଲା । ଗୁଗୁଲରେ ଆନ୍ତର୍ଜାତୀୟ ଭିକାରୀ ସର୍ଚ୍ଚ କଲେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଆସିବାର ନଜିର ରହିଛି । ସେହିପରି ଗତବର୍ଷ ଇଡିଅଟ ସର୍ଚ୍ଚ ରେଜଲ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଟ୍ରୋଲ ହୋଇଥିଲେ ।

ABOUT THE AUTHOR

...view details