ନୂଆଦିଲ୍ଲୀ: ଭାରତ-ପାକିସ୍ତାନର ତିକ୍ତତା ମଧ୍ୟରେ ଭାରତ ଦ୍ବାରା ନୂଆ ଦିଲ୍ଲୀରେ ଆୟୋଜିତ ଦୁଇ ଦିବସୀୟ ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର ମିଲିଟାରୀ ମେଡିସିନ ସମ୍ମିଳନୀରେ ଯୋଗ ଦେଇପାରେ ପାକିସ୍ତାନ । ସମ୍ମିଳନୀର ଦ୍ବିତୀୟ ଦିନରେ ପାକିସ୍ତାନ ନିଜ ପ୍ରତିନିଧିଙ୍କୁ ଯୋଗ ଦେବା ଲାଗି ନୂଆଦିଲ୍ଲୀ ପଠାଇପାରେ ବୋଲି ଅଧିକାରୀ ସୂତ୍ରରୁ ପ୍ରକାଶ ପାଇଛି ।
ଦିଲ୍ଲୀରେ ଆୟୋଜିତ ଏସସିଓ ସମ୍ମିଳନୀରେ ଯୋଗ ଦେବ ପାକ୍ ! - sco conference
ନୂଆ ଦିଲ୍ଲୀରେ ଆୟୋଜିତ ଦୁଇ ଦିବସୀୟ ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର ମିଲିଟାରୀ ମେଡିସିନ ସମ୍ମିଳନୀରେ ଯୋଗ ଦେଇପାରେ ପାକିସ୍ତାନ ।
ଫାଇଲ ଫଟୋ
ସମ୍ମିଳନୀର ପ୍ରଥମ ଦିନ(ଗୁରୁବାର)ରେ 27 ଅନ୍ତରାଷ୍ଟ୍ରୀୟ ଏବଂ 40 ଭାରତୀୟ ପ୍ରତିନିଧି ଯୋଗ ଦେଇଥିଲେ । ତେବେ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପାକିସ୍ତାନକୁ ବହୁତ ଡେରିରେ ନିମନ୍ତ୍ରଣ ପଠାଯାଇଥିଲା । ତେଣୁ ପ୍ରଥମ ଦିନରେ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିନିଧି ଯୋଗ ଦେଇନଥିବା କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ଭାରତ ଏବଂ ପାକିସ୍ତାନ 2017 ଜୁନ ମାସରେ ଏସସିଓର ସଦସ୍ୟ ହୋଇଥିଲେ ।