ଓଡିଶା

odisha

ETV Bharat / bharat

'ପାକିସ୍ତାନ ଏବଂ ଆମେରିକା ଭଳି ଭାରତ ଧର୍ମଶାସିତ ଦେଶ ନୁହେଁ' - rajnath singh

ଆମ ପଡୋଶୀ ଦେଶର କେବଳ ଗୋଟିଏ ଧର୍ମ ରହିଛି। ସେମାନେ ନିଜକୁ ଧର୍ମଶାସିତ ଦେଶ ରୂପରେ ଘୋଷଣା କରିଛନ୍ତି। ହେଲେ ଆମେ ଏଭଳି କିଛି ଘୋଷଣା କରିନାହୁଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

rajnath-singh
ରାଜନାଥ ସିଂହ

By

Published : Jan 22, 2020, 1:54 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଜରିଆରେ କେନ୍ଦ୍ର ସରକାର ଧାର୍ମିକ ଭେଦଭାବ କରୁଥିବା ଅଭିଯୋଗ ଆଣୁଥିବା ବିରୋଧିଙ୍କୁ ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଭାରତରେ ସମସ୍ତ ଧର୍ମ ସମାନ ବୋଲି ବିଚାର କରାଯାଏ। ଏହି କାରଣରୁ ଭାରତ ଧର୍ମନିରପେକ୍ଷ ଏବଂ ଅନ୍ୟ ଦେଶ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ କହିଛନ୍ତି।

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଭାରତରେ କୌଣସି ଧର୍ମ ସହ ଭେଦଭାବ ହେଉନାହିଁ। ହେଲେ ଆମ ପଡୋଶୀ ଦେଶର କେବଳ ଗୋଟିଏ ଧର୍ମ ରହିଛି। ସେମାନେ ନିଜକୁ ଧର୍ମଶାସିତ ଦେଶ ରୂପରେ ଘୋଷଣା କରିଛନ୍ତି। ହେଲେ ଆମେ ଏଭଳି କିଛି ଘୋଷଣା କରିନାହୁଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଏପରିକି ଆମେରିକା ମଧ୍ୟ ଧର୍ମଶାସିତ ଦେଶ। ହେଲେ ଭାରତ ନୁହେଁ କାରଣ ଆମ ସାଧୁସନ୍ଥ କେବଳ ଆମ ସୀମା ଭିତରେ ରହୁଥିବା ଲୋକଙ୍କୁ ନିଜ ପରିବାରର ସଦସ୍ୟ ମାନନ୍ତି ନାହିଁ, ବରଂ ସେମାନେ ପୁରା ବିଶ୍ବବାସୀଙ୍କୁ ନିଜ ପରିବାରର ସଦସ୍ୟ ମାନନ୍ତି। ଭାରତ କେବେ ମଧ୍ୟ ଘୋଷଣା କରିନାହିଁ ଯେ ଏହାର ରାଷ୍ଟ୍ରୀୟ ଧର୍ମ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ହେବ। ସବୁ ଧର୍ମର ଲୋକ ଭାରତରେ ରହିପାରିବେ ବୋଲି ରାଜନାଥ ସିଂହ କହିଛନ୍ତି।

ଜମ୍ମୁ-କାଶ୍ମୀରର ଯୁବପିଢିଙ୍କ ସମ୍ପର୍କରେ ସେ କହିଛନ୍ତି ଯେ, ଜମ୍ମୁ କଶ୍ମୀରର ଯୁବକ ରାଷ୍ଟ୍ରବାଦୀ। ହେଲେ ବେଳେବେଳେ ସେମାନେ ଭୁଲ ରାସ୍ତାକୁ ଚାଲିଯାଉଛନ୍ତି। ସେମାନଙ୍କୁ ଅନ୍ୟ କୌଣସି ଦୃଷ୍ଟିରେ ଦେଖିବା ଅନୁଚିତ।

ABOUT THE AUTHOR

...view details