ଇସଲାମାବାଦ: ପାକିସ୍ତାନର ପିଛା ଛାଡୁନି ଦୁର୍ଦ୍ଦଶା । ଗୋଟିଏ ପଟେ ପାକିସ୍ତାନ ସରକାରଙ୍କ ଅର୍ଥ ବ୍ୟବସ୍ଥା ଦେବାଳିଆ ସ୍ଥିତିରେ ପହଞ୍ଚି ଥିବାବେଳେ ଅଣାୟତ ହେଉଛି ମହଙ୍ଗା ମାଡ । ଦିନକୁ ଦିନ ଖାଦ୍ୟ ସାମଗ୍ରୀ ଉପରେ ବଢୁଥିବା ଦରବୃଦ୍ଧିକୁ ଦେଖି ଲୋକଙ୍କ ବଞ୍ଚିବା କଷ୍ଟକର ହୋଇଯାଇଛି । ଜାନୁଆରୀରେ ମହଙ୍ଗା ମାଡ ଗତ 12 ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ଏହାର ଦରବୃଦ୍ଧି 14.6 ପ୍ରତିଶତ ବଢିଛି ।
ପାକିସ୍ତାନୀ ମିଡିଆରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ, ଦେଶ ଉପରେ ଏମିତି ମହଙ୍ଗା ମାଡ ବର୍ଷ 2007-08ରେ ହୋଇଥିଲା । ଯାହା 17 ପ୍ରତିଶତରେ ପହଞ୍ଚିଥିଲା । ପାକିସ୍ତାନ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ(PBS) ପକ୍ଷରୁ ଶନିବାର ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି ।