ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗକୁ ନେଇ ବିଶ୍ବ ଦରବାରରେ ନିରାଶ ହେବାପରେ ଭାରତ ବିରୋଧରେ ଆଉ ଏକ ନୂଆ ଷଡଯନ୍ତ୍ର ରଚୁଛି ପାକିସ୍ତାନ । ସୋମବାର ନିୟନ୍ତ୍ରଣ ରେଖା ନିକଟରେ 1୦୦ରୁ ଅଧିକ ଲଢୁଆ ସ୍ପେସାଲ ସର୍ଭିସେସ ଗ୍ରୁପ(ଏସଏସଜି) କମାଣ୍ଡୋଙ୍କୁ ମୁତୟନ କରିଛି ପାକ୍ । ତେବେ ପାକିସ୍ତାନର ଯେକୌଣସି ଦୁଃସାହସର ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଥିବା ସେନା ପକ୍ଷରୁ କୁହାଯାଇଛି । ପାକିସ୍ତାନ ପକ୍ଷରୁ ଏଲଓସିରେ ଏସଏସଏସଜି କମାଣ୍ଡୋଙ୍କ ନିୟୋଜିତ ପରେ ଭାରତୀୟ ସେନା ହାଇ ଆଲର୍ଟରେ ଅଛନ୍ତି ।
ତେବେ ଏହି କମାଣ୍ଡୋ ଜୈଶ-ଇ-ମହମ୍ମଦ ଏବଂ ଅନ୍ୟ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ମିଳିତ ଭାବରେ କାମ କରୁଥିବା ସୂଚନା ଦେଇଛି ଗୁଇନ୍ଦା । ପାକିସ୍ତାନ ସେନାର ଏହି ଏସଏସଏସଜି କମାଣ୍ଡୋ ଅସ୍ତ୍ରବିରତି ଉଲଙ୍ଘନରେ ମଧ୍ୟ ସକ୍ରିୟ ରୂପରେ ଭାଗ ନେଇଛନ୍ତି । ଏହା ପୂର୍ବରୁ ପାକିସ୍ତାନ ଗୁଜୁରାଟ ସୀମା ନିକଟରେ ଥିବା ସର କ୍ରିକ କ୍ଷେତ୍ରରେ ଏହି ପାକିସ୍ତାନୀ କମାଣ୍ଡୋଙ୍କୁ ନିୟୋଜିତ କରିଥିଲା ।