ଓଡିଶା

odisha

ETV Bharat / bharat

ପାକ୍‌ର ନୂଆ ଷଡଯନ୍ତ୍ର, ଗୁଜୁରାଟ ସୀମାରେ ନିୟୋଜିତ କଲା ଏସଏସଜି ଯବାନ - pakistan

ଗୁଜୁରାଟ ସୀମା ଦେଇ ଭାରତକୁ ଅନୁପ୍ରବେଶ କରିବା ପ୍ରୟାସରେ ଲାଗି ପଡିଛି ପାକିସ୍ତାନ । ଏଥିପାଇଁ ପାକିସ୍ତାନ ନିଜର ବିଶେଷ ସେବା ସମୁହ(ଏସଏସଜି) କମାଣ୍ଡୋଙ୍କୁ ଗୁଜୁରାଟ ସୀମାରେ ନିୟୋଜିତ କରିଥିବା ଜଣା ପଡିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 21, 2019, 9:44 PM IST

ଗାନ୍ଧୀନଗର: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । କାଶ୍ମୀରକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ନିରାଶ ହେବାପରେ ଏବେ ଭାରତ ବିରୋଧରେ ନୂଆ ଯୋଜନା ପ୍ରସ୍ତୁତ କରୁଛି ପାକିସ୍ତାନ । ଏବେ ଗୁଜୁରାଟ ସୀମା ଦେଇ ଭାରତକୁ ଅନୁପ୍ରବେଶ କରିବାର ପ୍ରୟାସରେ ଲାଗି ପଡିଛି ପାକିସ୍ତାନ । ଏଥିପାଇଁ ପାକିସ୍ତାନ ନିଜର ବିଶେଷ ସେବା ସମୁହ(ଏସଏସଜି) କମାଣ୍ଡୋଙ୍କୁ ଗୁଜୁରାଟ ସୀମାରେ ନିୟୋଜିତ କରିଥିବା ଜଣା ପଡିଛି ।

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପାକିସ୍ତାନୀ ସେନା ଗୁଜୁରାଟର ଶିର କ୍ରିକ କ୍ଷେତ୍ର ନିକଟରେ ନିଜର ଏସଏସଜି କମାଣ୍ଡୋଙ୍କୁ ନିୟୋଜିତ କରିଛି । ଭାରତୀୟ ସୀମା ନିକଟରେ ନିୟୋଜିତ ପାକିସ୍ତାନୀ କମାଣ୍ଡୋଙ୍କ ଏହି ପୋଷ୍ଟକୁ ଇକବାଲ-ବାଜବା ନାମରେ ଜଣାଯାଏ । ତେବେ ପାକ୍‌ ଏହି ଏସଏସଜି କମାଣ୍ଡୋଙ୍କ ସହାୟତାରେ ଭାରତ ବିରୋଧୀ ଗତିବିଧି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ABOUT THE AUTHOR

...view details