ନୂଆଦିଲ୍ଲୀ: ମହାରାଜା ରଣଜିତ୍ ସିଂହଙ୍କ ପୂଣ୍ୟତିଥିରେ ଯୋଗ ଦେବେନି 58ଜଣ ଭାରତୀୟ । କାରଣ 58ଜଣ ଭାରତୀୟଙ୍କୁ ଭିସା ଦେବାକୁ ମନା କରି ଦେଇଛି ପାକ୍ । ଫଳରେ ଏମାନେ ପୂଣ୍ୟତିଥିରେ ଯୋଗ ଦେବାରୁ ବଞ୍ଚିତ ହେବେ । ତେବେ ପୂର୍ବରୁ ପାକିସ୍ତାନ 224ଜଣ ଭାରତୀୟଙ୍କ ଭିସା ଜାରି କରିଛି ।
58 ତୀର୍ଥଯାତ୍ରୀଙ୍କୁ ଭିସା ଦେବାକୁ ମନା କଲା ପାକ୍
ମହାରାଜା ରଣଜିତ୍ ସିଂହଙ୍କ ପୂଣ୍ୟତିଥିରେ ସାମିଲ ହେବେନି 58 ଭାରତୀୟ ତୀର୍ଥଯାତ୍ରୀ । ଏମାନଙ୍କୁ ଭିସା ଦେବାକୁ ମନା କରିଛି ପାକ୍ ।
ଫାଇଲ ଫଟୋ
ଏନେଇ ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟିର ସଚିବ ମଞ୍ଜିତ ସିଂହ କହିଛନ୍ତି, ଆମେ 282ଜଣ ତୀର୍ଥଯାତ୍ରୀଙ୍କ ସୂଚୀ ସେମାନଙ୍କୁ ପଠାଇଥିଲୁ । ହେଲେ ସେମାନେ କେବଳ 224ଜଣଙ୍କ ଭିସା ଜାରି କରିଛନ୍ତି, ଅନ୍ୟମାନଙ୍କୁ ଭିସା ଦେବାକୁ ମନା କରିଛନ୍ତି । ତେବେ ଏହି ତୀର୍ଥଯାତ୍ରୀ ମାନେ ଗୁରୁବାର ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ଅଟାରୀରୁ ପାକିସ୍ତାନ ଯାତ୍ରା କରିବେ ।