ଓଡିଶା

odisha

ETV Bharat / bharat

ଭାରତକୁ ଆକାଶପଥ ମନା ପାକକୁ ପଡିବ ମହଙ୍ଗା, ICAO ଦ୍ବାରସ୍ଥ ହେବ ଭାରତ - pakistan denies narendra modis flight

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ସାଉଦି ଆରବ ଗସ୍ତ ପାଇଁ ପାକିସ୍ତାନର ଆକାଶ ପଥ ବ୍ୟବହାର କରିବାକୁ ଅନୁମତି ମାଗିଥିଲା ଭାରତ । ଯାହାକୁ ଖାରଜ କରିଦେଇଛି ପାକ ।

ମୋଦିଙ୍କ ଫ୍ଲାଇଟ ଉଡାଣକୁ ମିିଳିଲାନି ଅନୁମତି

By

Published : Oct 28, 2019, 2:53 PM IST

ନୂଆଦିଲ୍ଲୀ: ପୁଣି ମୋଦିଙ୍କ ଗସ୍ତ ପାଇଁ ଆକାଶପଥକୁ ମନା କଲା ପାକ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ସାଉଦି ଆରବ ଗସ୍ତ ପାଇଁ ପାକିସ୍ତାନର ଆକାଶ ପଥ ବ୍ୟବହାର କରିବାକୁ ଅନୁମତି ମାଗିଥିଲା ଭାରତ । ଯାହାକୁ ଖାରଜ କରିବା ପାକିସ୍ତାନକୁ ମହଙ୍ଗା ପଡିପାରେ । କାରଣ ଏହି ମାମଲାକୁ ନେଇ ଅନ୍ତରାଷ୍ଟ୍ରୀୟ ସିଭିଲ ଆଭିଏସନ ଅର୍ଗାନାଇଜେସନ(ICAO) ରେ ଦ୍ବାରସ୍ଥ ହେବ ଭାରତ ।

ସରକାରୀ ସୂତ୍ର କହେ, ଅନ୍ତରାଷ୍ଟ୍ରୀୟ ସିଭିଲ ଆଭିଏସନ ଅର୍ଗାନାଇଜେସନର ନିୟମ ଅନୁସାରେ, ଗୋଟିଏ ଦେଶ ଆକାଶ ମାର୍ଗ ବ୍ୟବହାର ପାଇଁ ଅନୁମତି ମାଗିଲେ ଅନ୍ୟଦେଶ ମଧ୍ୟ ଏଥିପାଇଁ ଅନୁମତି ଦେବା କଥା ।

କୌଣସି ଦେଶ ଉପରେ ଉଡାଣ ଭରିବାକୁ ହେଲେ ସେହି ଦେଶଠୁ ଅନୁମତି ମଗାଯାଏ । ଆଉ ଏହି ନିୟମ ଅନୁସାରେ ଉଡାଣ ପାଇଁ ଅନ୍ୟ ଦେଶକୁ କ୍ଲିୟରାନ୍ସ ଅନୁମତି ଦିଆଯାଏ । ଏହି ପ୍ରସଙ୍ଗକୁ ଅନ୍ତରାଷ୍ଟ୍ରୀୟ ସିଭିଲ ଆଭିଏସନ ଅର୍ଗାନାଇଜେସନରେ ଅଭିଯୋଗ କରିବ ବୋଲି ଭାରତ ପକ୍ଷରୁ ଜଣାପଡିଛି ।

ତେବେ ଏହି ଘଟଣା ପ୍ରଥମଥର ନୁହେଁ, ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଉଡିବାକୁ ନିଜ ଏୟାରସ୍ପେସରେ ଉଡିବାକୁ ପାକ ଅନୁମତି ଦେଇ ନଥିଲା । ଗତ ସେପ୍ଟମ୍ବରରେ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏଭଳି ଘଟିଥିଲା ।

ABOUT THE AUTHOR

...view details