ଇସଲାମବାଦ: ସାରା ବିଶ୍ବରେ କୋକୁଆ ଭୟ ଖେଳାଇଛି ମାରାତ୍ମକ କୋରୋନା ଭାଇରସ । ବିଶ୍ବର 196ଟି ଦେଶ ବର୍ତ୍ତମାନ କୋରୋନା କବଳରେ । ଏହା ମଧ୍ୟରେ ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 1526ରେ ପହଞ୍ଚିଛି । ଏହାଛଡା ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ କୋରୋନା କାରଣରୁ 13 ଜଣ ପ୍ରାଣ ହରାଇଥିବା ବେଳେ 25 ଆକ୍ରାନ୍ତ ସୁସ୍ଥ ଥିବା ଜଣାପଡିଛି ।
କୋରୋନା ଭୟ: ପାକିସ୍ତାନରେ 1526 ଆକ୍ରାନ୍ତ, 13 ମୃତ
ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 1526ରେ ପହଞ୍ଚିଛି । ଏହାଛଡା ବର୍ତ୍ତମାମନ ସୁଦ୍ଧା ପାକିସ୍ତାନରୋ କୋରୋନା କାରଣରୁ 13 ଜଣ ପ୍ରାଣ ହରାଇତା ବେଳେ 25 ଆକ୍ରାନ୍ତ ସୁସ୍ଥ ଥିବା ଜଣାପଡିଛି ।
ପ୍ରକାଶ ଥାଉକି, ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ମାରାତ୍ମକ କୋରୋନା ଭାଇରସ ଚୀନ ଛଡା ବର୍ତ୍ତମାନ ଅନ୍ୟ ଦେଶରେ ସର୍ବାଧିକ କାୟା ବିସ୍ତାର କରିଛି । ଏହାମଧ୍ୟରେ ଇଟାଲୀ, ସ୍ପେନ ଏବଂ ଆମେରିକା ଆସୁଛି । ତେବେ ଇଟାଲୀରେ କୋରୋନା କାରଣରୁ ପ୍ରତିଦିନ 1000ରୁ ଉର୍ଦ୍ଧ୍ବ ମୁଣ୍ଡ ଗଡୁଥିବାବେଳେ ଏହାତଳେ ସ୍ପେନ ରହିଛି । ସ୍ପେନରେ ମଧ୍ୟ ପ୍ରତ୍ୟେକ ଦିନ 500ରୁ ଅଧିକ ମୁଣ୍ଡ ଗଡୁଛି । ଏହାତଳେ ରହିଛି ଆମେରିକା ।
ଆମେରିକାରେ ଗତ 24 ଘଣ୍ଟାରେ 300ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବା ବେଳେ 18000 ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା 1000ରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ 25 ଜଣଙ୍କର ମୃତ୍ୟୁ ଘଟିସାରିଛି ।