ଓଡିଶା

odisha

ETV Bharat / bharat

ନଭେମ୍ବର 9 ରୁ ଖୋଲିବ କରତାରପୁର କରିଡର - kartarpur corridor will open in november

ନଭେମ୍ବର 9 ତାରିଖରୁ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ କରତାରପୁର କରିଡର । ପ୍ରାରମ୍ଭରୁ ପ୍ରତିଦିନ ୫୦୦୦ ଶ୍ରଦ୍ଧାଳୁଙ୍କୁ ଆସିବାକୁ ଅନୁମତି ଦିଆଯିବ ଏବଂ ପରେ ଏହା ୧୦,୦୦୦କୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।

ଫାଇଲ ଫଟୋ

By

Published : Sep 17, 2019, 9:23 AM IST

ଇଲସାମାବାଦ: ନଭେମ୍ବର 9 ତାରିଖରୁ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ କରତାରପୁର କରିଡର । ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀର 3 ଦିନ ପୂର୍ବରୁ କରତାପୁର କରିଡର ଖୋଲି ଦିଆଯିବ ବୋଲି ସୋମବାର ପାକିସ୍ତାନର ଜଣେ ଅଧିକାରୀ ଘୋଷଣା କରିଛନ୍ତି । ନଭେମ୍ବର ୧୧ ଓ ୧୨ରେ ଶିଖ୍ ଗୁରୁ ନାନକ ଦେବଜୀଙ୍କ ପ୍ରକାଶ ପର୍ବ ପାଳନ କରାଯିବ। ପ୍ରାରମ୍ଭରୁ ପ୍ରତିଦିନ ୫୦୦୦ ଶ୍ରଦ୍ଧାଳୁଙ୍କୁ ଆସିବାକୁ ଅନୁମତି ଦିଆଯିବ ଏବଂ ପରେ ଏହା ୧୦,୦୦୦କୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, କରତାରପୁର କରିଡରର ପ୍ରାୟ 86 ପ୍ରତିଶତ କାମ ସମ୍ପୁର୍ଣ୍ଣ ହୋଇସାରିଛି । ବଳକା କାମ ଆସନ୍ତା ମାସ ସୁଦ୍ଧା ସମ୍ପୁର୍ଣ୍ଣ ହୋଇଯିବ । ଏହା ବ୍ୟତୀତ ପ୍ରବାସୀଙ୍କ ପାଇଁ ମୋଟ୍ ୧୫୨ କାଉଣ୍ଟର ସ୍ଥାପିତ କରାଯିବ ବୋଲି ସେ କହିଛନ୍ତି ।

କରତାରପୁର କରିଡରକୁ ନେଇ ଦୀର୍ଘ ଦିନର ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି। ଭାରତ ଓ ପାକିସ୍ତାନ ଶ୍ରଦ୍ଧାଳୁଙ୍କ ଭିସାମୁକ୍ତ ଯାତ୍ରା ଉପରେ ଉଭୟ ଦେଶ ରାଜି ହୋଇଛନ୍ତି। ପାକିସ୍ତାନ ପ୍ରଥମେ ଶ୍ରଦ୍ଧାଳୁଙ୍କଠୁ ସେବା ଶୁଳ୍କ ନେବା ଏବଂ ପ୍ରୋଟୋକଲ ଅଧିକାରୀଙ୍କୁ ଆସିବାକୁ ଅନୁମତି ନଦେବାକୁ ଅଡ଼ି ବସିଥିଲା କିନ୍ତୁ ପରେ ଏହି ମାମଲାର ସମାଧାନ ହୋଇଥିଲା।

ABOUT THE AUTHOR

...view details