ନୂଆଦିଲ୍ଲୀ: ଶାନ୍ତ କାଶ୍ମୀରକୁ ଅଶାନ୍ତ କରିବାକୁ ଯୋଜନା କରୁଛି ପାକ୍ । ଭାରତରେ ବଡ ଧରଣର ଆତଙ୍କୀ ଆକ୍ରମଣ ପାଇଁ ଏଲଓସିରେ ଆତଙ୍କୀକୁ ଠୁଳ କରିବାରେ ଲାଗିଛି । ବର୍ତ୍ତମାନ 230ରୁ ଊର୍ଦ୍ଧ୍ବ ଆତଙ୍କୀ ଏକାଠି ହୋଇଛନ୍ତି । ଯେଉଁଥିରେ ଆଫଗାନୀ ଆତଙ୍କୀ ମଧ୍ୟ ସାମିଲ ହୋଇଛନ୍ତି ।
ଭାରତରେ ଆକ୍ରମଣ ପାଇଁ ପାକିସ୍ତାନର ପ୍ରସ୍ତୁତି, ଏଲଓସିରେ ଠୁଳ କରୁଛି ଆତଙ୍କୀ - pakistan build 30 launchpads
ବଡ ଧରଣର ଆକ୍ରମଣ ପାଇଁ ଯୋଜନା ଚଳାଇଛି ପାକ୍ । ଏଲଓସି ଅଞ୍ଚଳରେ ଠୁଳ କରିବାରେ ଲାଗିଛି ଆତଙ୍କୀ । ଲଞ୍ଚ ପ୍ୟାଡକୁ ସକ୍ରିୟ ପାଇଁ ମଧ୍ୟ ଚାଲିଛି ପ୍ରସ୍ତୁତି ।
ଗୁଇନ୍ଦାରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ଉତ୍ତର କାଶ୍ମୀର ଓ ଏଲଓସି, ଗୁରେଜ, ଗୁଲମାର୍ଗ ଭଳି ଅଞ୍ଚଳରେ 30ଟି ଲଞ୍ଚ ପ୍ୟାଡ ପ୍ରସ୍ତୁତ କରିଛି । ଏହାକୁ ସକ୍ରିୟ କରିବା ପାଇଁ ଲଞ୍ଚପ୍ୟାଡକୁ ଆତଙ୍କୀ ସଙ୍ଗଠନକୁ ଗୁଡିକୁ ପଠାଇବାରେ ଲାଗିଛି । ଏପରକି ଆଫଗାନରୁ ମଧ୍ୟ ଆତଙ୍କୀମାନେ ଏହି ଲଞ୍ଚପ୍ୟାଡକୁ ଆସୁଛନ୍ତି । ଅନୁମାନ କରାଯାଉଛି କି, ବର୍ତ୍ତମାନ ସୁଦ୍ଧା ପ୍ରାୟ 250ରୁ ଊର୍ଦ୍ଧ୍ବ ଆତଙ୍କୀକୁ ଲଞ୍ଚପ୍ୟାଡକୁ ପଠାଇଛି ପାକ୍ । ବଡ ଧରଣର ଆତଙ୍କୀ ଆକ୍ରମଣ ପାଇଁ ଏହା ପୂର୍ବ ପ୍ରସ୍ତୁତି ବୋଲି ଅନୁମାନ କରାଯାଉଛି ।
ଏନେଇ ଡିଜିପି ଦିଲବାଗ ସିଂହ ଘାଟିରେ ଆତଙ୍କୀ ଯୋଜନା କରୁଥିବା ଖବରକୁ ସ୍ବୀକାର କରିଛନ୍ତି । ଆତଙ୍କୀ ଆକ୍ରମଣକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ନେଇ ସେ କହିଛନ୍ତି ।