ଶ୍ରୀନଗର: ଜମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ପରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛି ପାକିସ୍ତାନ । ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ 5ଜଣ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ପାକ୍ ସୈନିକ ପକ୍ଷରୁ ଗୁଳିବର୍ଷଣ କରାଯାଇଛି। ଏଥିରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମୋହମ୍ମଦ ଅସଲମ ଏବଂ ଅଲ୍ଫାତ ହୁସେନ।
ସୀମାରେ ପାକିସ୍ତାନର ଗୁଳିବର୍ଷଣ, 2 ସାଧାରଣ ନାଗରିକ ମୃତ - ବର୍ଡରରେ ପାକିସ୍ତାନର ଗୁଳିବର୍ଷଣ
ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ 5ଜଣ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ପାକ୍ ସୈନିକ ପକ୍ଷରୁ ଗୁଳିବର୍ଷଣ କରାଯାଇଛି। ଏଥିରେ 2ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 2 ଜଣ ଗୁରୁତର ଆହତ ହୋଇଛନ୍ତି।
ଫାଇଲ ଫଟୋ
ଶୁକ୍ରବାର ଉଭୟ ମୃତକ ମେଣ୍ଢା ଚରାଇବା ପାଇଁ ଏଲଓସି ନିକଟକୁ ଯାଇଥିଲେ। ଏହି ସମୟରେ ମେଣ୍ଢା ଏଲଓସି ଅତିକ୍ରମ କରିବାରୁ ସେମାନଙ୍କୁ ଫେରାଇ ଆଣିବା ପାଇଁ ସେମାନେ ସୀମା ନିକଟକୁ ଚାଲିଯାଇଥିଲେ। ଏହି ସମୟରେ ପାକିସ୍ତାନୀ ସୈନିକ ନାଗରିକଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡିଛି।
ସେପଟେ ପୁଞ୍ଚ ଜିଲ୍ଲାର ଦେବୱାର ଏବଂ ଗୁରଲପାର ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି। ଭାରତ ପକ୍ଷରୁ ଏହାର ମୁହଁତୋଡ ଜବାବ ଦିଆଯାଉଛି।