ଓଡିଶା

odisha

By

Published : Sep 3, 2019, 9:35 PM IST

ETV Bharat / bharat

ଭାରତରୁ ଔଷଧ ଆମଦାନୀ କରିବ ପାକିସ୍ତାନ

ଭାରତରୁ ଅତ୍ୟାବଶ୍ୟକ ଜୀବନରକ୍ଷାକାରୀ ଔଷଧ ଆମଦାନୀ ଲାଗି ପାକିସ୍ତାନ ସରକାର ଅନୁମତି ଦେଇଛନ୍ତି । ପାକିସ୍ତାନର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଥିବା ପାକିସ୍ତାନୀ ଚ୍ୟାନେଲ ଜିଓ ଟିଭିରେ ଏ ଖବର ପ୍ରସାରିତ ହୋଇଛି।

ଫାଇଲ ଫଟୋ

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପର ଠାରୁ ଭାରତ ସହ ସମସ୍ତ ବାଣିଜ୍ୟିକ ସମ୍ପର୍କ ଶେଷ କରିଥିଲା ପାକିସ୍ତାନ। ତେବେ ଏହି ନିଷ୍ପତ୍ତି ଏବେ ପାକିସ୍ତାନ ପାଇଁ ଭାରି ପଡିଛି । ବ୍ୟାପାର ବନ୍ଦ କରିବାର ମାସେ ନ ପୁରୁଣୁ ଆଣ୍ଠେଇଛି ପାକିସ୍ତାନ । ପାକିସ୍ତାନରେ ଔଷଧ ଶେଷ ହୋଇଯିବା ପରେ ଜୀବନ ବଞ୍ଚାଇବା ପାଇଁ ପୁଣି ଥରେ ଭାରତ ଉପରେ ନିର୍ଭର କରିବା ଆରମ୍ଭ କରିଛି।

ମଙ୍ଗଳବାର ଭାରତରୁ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ ଆମଦାନୀ ଲାଗି ପାକିସ୍ତାନ ସରକାର ଅନୁମତି ଦେଇଛନ୍ତି । ଏନେଇ ପାକିସ୍ତାନର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଥିବା ପାକିସ୍ତାନୀ ଚ୍ୟାନେଲ ଜିଓ ଟିଭିରେ ଏ ଖବର ପ୍ରସାରିତ ହୋଇଛି।

ପାକିସ୍ତାନ ବହୁଳ ମାତ୍ରାରେ ଭାରତରୁ ଔଷଧ ଆମଦାନୀ କରିଥାଏ। ଜୀବନରକ୍ଷକ ଠାରୁ ଆରମ୍ଭ କରି ସାପ, କୁକୁର କାମୁଡା ଔଷଧ ପାଇଁ ପାକିସ୍ତାନ ଭାରତ ଉପରେ ନିର୍ଭରଶୀଳ। ପାକିସ୍ତାନ ବିଗତ ୧୬ ମାସ ମଧ୍ୟରେ ଭାରତ ପାଖରୁ ୩. ୬ କୋଟି ଡଲାରର ସାପ କାମୁଡ଼ା ଓ କୁକୁର କାମୁଡ଼ା ଇଂଜେକ୍ସନ ଆମଦାନୀ କରିଛି।

ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାର ନିଷ୍ପତ୍ତି ନେବାପରେ ପାକିସ୍ତାନ ଭାରତ ସହ କୂଟନୈତିକ ସମ୍ପର୍କ ହ୍ରାସ କରିବା ସହ ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ବନ୍ଦ କରି ଦେଇଥିଲା।

ABOUT THE AUTHOR

...view details