ଶ୍ରୀନଗର: ଲଗାତାର ତିନି ଦିନ ହେବ ପାକିସ୍ତାନ ନିଜର ବଦମାସି ଦେଖାଇ ଚାଲିଛି । ଭାରତ ଏବେ କୋରୋନା ସହିତ ଲଢୁଥିବାବେଳେ ପାକିସ୍ତାନ ନିଜର ଔଦ୍ଧତାମୀ ଦେଖାଉଛି । ପୁଣିଥରେ ଶନିବାର ପାକ୍ ସେନା ସୀମାରେ ଗୁଳିମାଡ କରିଛି ।
ଖବର ଅନୁସାରେ ଶନିବାର ପୁଞ୍ଚର ବାଲାକୋଟ ସେକ୍ଟରର ଏଲଓସିରେ ପାକ୍ ସେନା ଗୁଳିବର୍ଷଣ କରିଛି । ରାତି ପ୍ରାୟ ସାଢେ 9ଟାରେ ଏହି ଘଟଣା ଘଟିଛି । ପାକ୍ ପକ୍ଷରୁ ଗୁଳିମାଡ ଓ ମୋର୍ଟାର ମାଡ ହୋଇଥିଲା । ଭାରତୀୟ ସେନା ପକ୍ଷରୁ ଏହାର ଦୃଢ ଜବାବ ଦିଆଯାଇଛି ।