ଓଡିଶା

odisha

ETV Bharat / bharat

ଭାରତର ଚିନ୍ତା ବଢାଉଛି ଆତଙ୍କବାଦୀ ଓ ଅସ୍ତ୍ରବିରତି ଉଲ୍ଲଙ୍ଘନ - Indian army

ଶନିବାର ରାତି ସାଢେ 8ଟାରେ ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ଦେଘୱାର ସେକ୍ଟରର ସୀମାରେ ପାକ୍ ସେନା ଅକାରଣେ ଗୁଳି ଓ ମୋର୍ଟାର ମାଡ କରିଛି । ଅଧିକ ପଢନ୍ତୁ...

ଭାରତର ଚିନ୍ତା ବଢାଉଛି ଆତଙ୍କବାଦୀ ଓ ଅସ୍ତ୍ରବିରତି ଉଲ୍ଲଙ୍ଘନ
ଭାରତର ଚିନ୍ତା ବଢାଉଛି ଆତଙ୍କବାଦୀ ଓ ଅସ୍ତ୍ରବିରତି ଉଲ୍ଲଙ୍ଘନ

By

Published : Apr 19, 2020, 12:45 AM IST

ଶ୍ରୀନଗର: ଦେଶରେ କୋରୋନା ଭଳି ବିପଦ ନିଜ ପ୍ରକୋପ କାୟା ବିସ୍ତାର କରୁଛି । ସରକାର ଓ ଜନତା ଏହା ବିରୋଧରେ ନିଜର ସଂଗ୍ରାମ ଜାରି ରଖିଛନ୍ତି । ସେପଟେ କିନ୍ତୁ ପାକିସ୍ତାନ ଓ ଆତଙ୍କବାଦୀ ଏହାର ଫାଇଦା ଉଠାଇବାରେ ବ୍ୟସ୍ତ । ଏପରି ପରିସ୍ଥିତିରେ ପାକ୍‌ ସେନା ଏବଂ ଆତଙ୍କବାଦୀ ଜମ୍ମୁ ଓ କାଶ୍ମୀରରେ ଆତଙ୍କ ମଚାଇଛନ୍ତି ।

ଶନିବାର ରାତି ସାଢେ 8ଟାରେ ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ଦେଘୱାର ସେକ୍ଟରର ସୀମାରେ ପାକ୍ ସେନା ଅକାରଣେ ଗୁଳି ଓ ମୋର୍ଟାର ମାଡ କରିଛି । ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଉଛି । ତେବେ ଲଗାତାର କିଛି ଦିନ ଧରି ପାକିସ୍ତାନ ବିନା କାରଣରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି ।

ଏହାସହ ଚଳିତ ମାସରେ ଜମ୍ମୁ ଓ କାଶ୍ମୀରରେ 2 ଥର ଆତଙ୍କବାଦୀ ଆକ୍ରମଣ ହୋଇସାରିଛି । ଶନିବାର ପୁଣିଥରେ ଆତଙ୍କବାଦୀ ସିଆରପିଏଫ ଟିମ ଉପରେ ଆକ୍ରମଣ କରିଥିଲେ । ଏଥିରେ 3 ଜଣ ଯବାନ ଶହୀଦ ହୋଇଛନ୍ତି । ପୂର୍ବରୁ ଏପ୍ରିଲ 5 ଆକ୍ରମଣରେ 5 ଯବାନ ଶହୀଦ ହୋଇଥିଲେ ।

ସୌଜନ୍ୟ@ANI

ABOUT THE AUTHOR

...view details