ଶ୍ରୀନଗର: ଭାରତ ଉପରେ ଭୟଙ୍କର ଷଡଯନ୍ତ୍ର ରଚିବା ଉଦ୍ୟମ ବନ୍ଦ କରୁନାହିଁ ପାକିସ୍ତାନ । ବାଲାକୋଟ୍ରେ ଏୟାର ଷ୍ଟ୍ରାଇକ୍ ପରେ ବି ପାକିସ୍ତାନ ଚେତୁ ନାହିଁ । ବଦମାସୀ ବନ୍ଦ କରିବା ମୁଡ୍ରେ ନାହିଁ ପାକ୍ତିସ୍ତାନ । ପୁଣି ଥରେ ଜାମ୍ମୁ-କାଶ୍ମୀର ଆନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ପ୍ଲାନ୍ ତୈୟାର କରୁଛି ପାକ୍ ।
ଲଞ୍ଚପ୍ୟାଡ୍ କାର୍ଯ୍ୟକ୍ଷମ କଲା ପାକିସ୍ତାନ: ଅନୁପ୍ରବେଶ ଅପେକ୍ଷାରେ 45 ଆତଙ୍କବାଦୀ - waiting
ପାକିସ୍ତାନ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ଆତଙ୍କବାଦୀ ଲଞ୍ଚପ୍ୟାଡ୍କୁ କାର୍ଯ୍ୟକ୍ଷମ କରାଯାଇଥିବା ଗୁଇନ୍ଦା ସୂଚନା ମିଳିଛି । ଏସବୁ ଲଞ୍ଚପ୍ୟାଡ୍ରେ ପାଖାପାଖି ୪୫ ଜଣ ଜୈଶ-ଏ-ମହମ୍ମଦ(ଜେଇଏମ) ଆତଙ୍କବାଦୀ ଭାରତ ଭିତରକୁ ଅନୁପ୍ରବେଶ ପାଇଁ ବ୍ୟଗ୍ର ରହିଥିବା ଖବର ଗୁଇନ୍ଦା ବିଭାଗ ପୃଷ୍ଟି କରିଛି ।
ସୀମାକୁ ଲାଗି ରହିଥିବା ଅଞ୍ଚଳରେ ଆତଙ୍କବାଦୀ ଲଞ୍ଚପ୍ୟାଡ୍କୁ କାର୍ଯ୍ୟକ୍ଷମ କରାଯାଇଥିବା ଗୁଇନ୍ଦା ସୂଚନା ମିଳିଛି । ଏସବୁ ଲଞ୍ଚପ୍ୟାଡ୍ରେ ପାଖାପାଖି ୪୫ ଜଣ ଜୈଶ-ଏ-ମହମ୍ମଦ(ଜେଇଏମ) ଆତଙ୍କବାଦୀ ଭାରତ ଭିତରକୁ ଅନୁପ୍ରବେଶ ପାଇଁ ବ୍ୟଗ୍ର ରହିଥିବା ଖବର ଗୁଇନ୍ଦା ବିଭାଗ ପୃଷ୍ଟି କରିଛି । ଭାରତର ଅପରେସ୍ନ ବାଲାକୋଟ୍ ପରେ ପାକିସ୍ତାନ ଏସବୁ ଲଞ୍ଚ ପ୍ୟାଡ୍ ବନ୍ଦ କରି ଦେଇଥିବା ଖବର ରହିଥିଲା ।
ଏଠାରେ ସୂଚନାଯୋଗ୍ୟ, ବାଲାକୋଟରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରି ପାକିସ୍ତାନ ନିୟନ୍ତ୍ରଣ ରେଖା ଆରପଟେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଧ୍ବଂସ କରିବା ସହ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲା । ଏଥରେ ପାକିସ୍ତାନର 300ରୁ ଊର୍ଦ୍ଧ୍ବ ଆତଙ୍କବାଦୀ ନିହତ ହୋଇଥିବା ଖବର ପୃଷ୍ଟି କରାଯାଇଥିଲା । ମାତ୍ର ପରେ ପାକିସ୍ତାନ କୌଣସି ମୃତାହତ ହୋଇ ନଥିବା ସୂଚନା ଦେଇଥିଲା । ଏବେ କିଛି ଦିନ ତଳେ ଇଟାଲୀର ସାମ୍ବାଦିକା ଫ୍ରାନ୍ସେସ୍କା ମାରିନୋ ଦାବି କରିଛନ୍ତି ଯେ ବାଲାକୋଟ୍ ବିମାନ ଆକ୍ରମଣରେ ୧୩୦ରୁ ୧୭୦ ଜୈସ୍-ଇ-ମହମ୍ମଦର ଆତଙ୍କବାଦୀ ନିହତ ହୋଇଛନ୍ତି ।