ଓଡିଶା

odisha

ETV Bharat / bharat

ନିଜ ଦୋଷରୁ ମରିବ ପାକିସ୍ତାନ: ମୋଦି - PM

ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ରବିବାର 'ମେଁ ଭି ଚୌକିଦାର' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ମୋଦୀ ପାକିସ୍ତାନ ଉପରେ ବର୍ଷିଛନ୍ତି । ଭାରତ-ପାକିସ୍ତାନ ସମ୍ପର୍କ ଚିନ୍ତା କରି ଅଯଥା ସମୟ ନଷ୍ଟ କରିବାରେ ବ୍ୟସ୍ତ ହେବା ସମୟ ସରିଛି । ଏବେ ପାକିସ୍ତାନକୁ ସେ ଯାଉଥିବା ରାସ୍ତାରେ ଛାଡିଦେବାର ସମୟ ଆସିଛି । ପାକିସ୍ତାନ ନିଜେ ବାଛିଥିବା ରାସ୍ତାରେ ମୃତ୍ୟୁମୁଖରେ ପଡିବ ବୋଲି ସେ କହିଛନ୍ତି । ଏବେ ଭାରତକୁ ଆଗକୁ ବଢିବା ଉପରେ ନିଜର ସମସ୍ତ ଧ୍ୟାନ କେନ୍ଦ୍ରୀଭୂତ କରିବ ବୋଲି କହିଛନ୍ତି ମୋଦି।

ଫଟୋ ସୌଜସ୍ୟ: ସୋସିାଲ ମିଡିଆ@FACEBOOK/NARENDRA MODI

By

Published : Apr 1, 2019, 1:58 PM IST

ନୂଆଦିଲ୍ଲୀ: ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ରବିବାର 'ମେଁ ଭି ଚୌକିଦାର' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ମୋଦିପାକିସ୍ତାନ ଉପରେ ବର୍ଷିଛନ୍ତି । ଅପରେସନ୍‌ ବାଲାକୋଟକୁ ନେଇ ମୋଦି ବିରୋଧୀଙ୍କ ଏହାକୁ ନେଇ ପ୍ରଶ୍ନ ଓ ପାକିସ୍ତାନର କୁତ୍ସିତ କାରନାମାକୁ ନେଇ ନିଜର କ୍ରୋଧ ଜାହିର କରି ସମାଲୋଚନା କରିଛନ୍ତି । ଏହାସହ ଦେଶ ଆଗକୁ ରାଜା, ମହାରାଜା ନୁହେଁ ଚୌକିଦାର ଆବଶ୍ୟକ କରୁଛି ବୋଲି କହିଛନ୍ତି ।


ମୋଦି ଏହି ଭିଡ଼ିଓ କନ୍‍ଫରେନ୍‍ସିଂରେ ପଚାରଯାଇଥିବ ଅପରେସନ ବାଲାକୋଟକୁ ନେଇ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ବାୟୁସେନାର ଆକ୍ରମଣରେ ଆତଙ୍କବାଦୀ ଆଡ୍ଡା ସମ୍ପୂର୍ଣ୍ଣ ଧ୍ବଂସ ହୋଇଛି । ଏଥର ଭାରତର ପ୍ରହାର ସଠିକ ସମୟରେ ସଠିକ ସ୍ଥାନରେ ହୋଇଛି । ମୋଦି କହିଛନ୍ତି ଆତଙ୍କବାଦୀଙ୍କ ଅସଲି ଖେଳ ପରିଚାଳିତ ହେଉଥିବା ସ୍ଥାନରେ ପ୍ରହାର କରିଛି ଭାରତ । ମୋଦି କହିଛନ୍ତି ଯେ ଏହି ଘଟଣା ପରେ ପାକିସ୍ତାନ ସେଠାରେ କୌଣସି ବି ଆତଙ୍କବାଦୀ ଆଡ୍ଡା ନଥିଲା କି ଭାରତ ଆକ୍ରମଣରେ କିଛି ବି କ୍ଷୟକ୍ଷତି ହୋଇ ନଥିବା କହି ବୁଲୁଥିଲା । ମାତ୍ର ସେ ସ୍ଥାନକୁ ଦେଢ ମାସ ହେଲା କାହାରିକୁ ଯିବାକୁ ଦେଉ ନାହିଁ । ବର୍ତ୍ତମାନ ସେ ସ୍ଥାନରେ ସ୍କୁଲ ନିର୍ମାଣ କରି ପାକିସ୍ତାନ ଅନ୍ୟ କିଛି ଦେଖାଇବାକୁ ଚାହୁଁଛି । ଏଥିରୁ ପାକିସ୍ତାନର ଅସଲି ମୁଖା ଖୋଲୁଥିବା କହିଛନ୍ତି ମୋଦି ।

ରିପୋର୍ଟ ମୁତାବକ ଭାରତର ବିମାନ ଆକ୍ରମଣରେ ନିପାତ ହୋଇଥିବା ୨ ଶହରୁ ଅଧିକ ଆତଙ୍କବାଦୀଙ୍କ ଶବକୁ ପାକିସ୍ତାନ ସେନା ଯୁଦ୍ଧକାଳୀନ ଭିତ୍ତିରେ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା । ଏବେ ମୋଦିଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା ଏବେ ପାକିସ୍ତାନ ପାଇଁ ଚିନ୍ତାଜନକ ନୁହେଁ ମାତ୍ର ଏହି ସ୍ଥାନରେ ଆତଙ୍କବାଦୀ ଆଡ୍ଡା ଥିବାର ପ୍ରମାଣ ନଷ୍ଟ କରିବା ପାକିସ୍ତାନ ପାଇଁ ଚେଷ୍ଟା ଜାରି ରଖିଛି । ଏଥିରୁ ସ୍ପଷ୍ଟ ଯେ ପାକିସ୍ତାନରେ ଆତଙ୍କବାଦୀ ଶିବିର କାର୍ଯ୍ୟକରୁଥିଲା ବୋଲି ମୋଦିକହିଛନ୍ତି ।


ଏହାସହ ଏହି ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ଦୁର୍ନିତୀ ଗ୍ରସ୍ତଙ୍କୁ ଜେଲ୍‌ରେ ଭର୍ତ୍ତି କରିବା ସହ ଭ୍ରଷ୍ଟାଚାର କବଳରୁ ଦେଶର ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ସେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି ବୋଲି ଶ୍ରୀ ମୋଦିକହିଛନ୍ତି । ଗତ ୫ ବର୍ଷ ଭିତରେ ତାଙ୍କ ସରକାର ଯେଉଁସବୁ ସଫଳତା ହାସଲ କରିଛି, ତାହାର ସମସ୍ତ ଶ୍ରେୟ ସେ ଦେଶବାସୀଙ୍କୁ ଦେଇଛନ୍ତି । ଭାରତ ପାଖରେ ବିଶ୍ବଶକ୍ତି ତଥା ସମୃଦ୍ଧ ହେବାର ସମସ୍ତ ସାମର୍ଥ୍ୟ ରହିଛି । ଦେଶରେ ଏବେ ବିକାଶ ହାୱା ବହୁଛି । ଭାରତ-ପାକିସ୍ତାନ ସମ୍ପର୍କ ଚିନ୍ତା କରି ଅଯଥା ସମୟ ନଷ୍ଟ କରିବାରେ ବ୍ୟସ୍ତ ହେବା ସମୟ ସରିଛି । ଏବେ ପାକିସ୍ତାନକୁ ସେ ଯାଉଥିବା ରାସ୍ତାରେ ଛାଡିଦେବାର ସମୟ ଆସିଛି । ପାକିସ୍ତାନ ନିଜେ ବାଛିଥିବା ରାସ୍ତାରେ ମୃତ୍ୟୁମୁଖରେ ପଡିବ ବୋଲି ସେ କହିଛନ୍ତି । ଏବେ ଭାରତକୁ ଆଗକୁ ବଢିବା ଉପରେ ନିଜର ସମସ୍ତ ଧ୍ୟାନ କେନ୍ଦ୍ରୀଭୂତ କରିବ ବୋଲି କହିଛନ୍ତି ମୋଦି।

For All Latest Updates

ABOUT THE AUTHOR

...view details