ଶ୍ରୀନଗର: ପୁଣି ପାକିସ୍ତାନର ବଦମାସୀ । ଜାମ୍ମୁ କାଶ୍ମୀର ପୁଞ୍ଚ ସେକ୍ଟରରେ ଶନିବାର ସନ୍ଧ୍ୟାରେ ପାକ୍ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଖବର ଅନୁଯାୟୀ, ପାକିସ୍ତାନୀ ସୈନ୍ୟମାନେ ଭାରତର ସୀମାନ୍ତ ଗ୍ରାମ ଦିଗୱାର ଏବଂ ମାଲତି ସେକ୍ଟରରେ ଟାର୍ଗେଟ କରି ପ୍ରବଳ ଗୁଳି ସହ ମୋର୍ଟାର ମାଡ କରିଛି ।
ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ - ceasefire violation in pak
ପୁଣି ପାକିସ୍ତାନର ବଦମାସୀ । ପୁଞ୍ଚ ଜିଲ୍ଲାରେ କଲା ଅସ୍ତ୍ରବିରତି ଉଲ୍ଲଙ୍ଘନ। ଜମ୍ମୁର ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବୀରତି ଉଲ୍ଲଙ୍ଘନ
ପାକିସ୍ତାନ ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ଗୁଳି ବିନିମୟ ପ୍ରାୟ 8 ଟା ଆରମ୍ଭ ହୋଇଥିଲା ବୋଲି ସେନା ସୂତ୍ରରୁ ପ୍ରକାଶ । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଅପ୍ରାକୃତିକ ଗୁଳି ବିନିମୟରେ ଭାରତୀୟ ସେନା କଡା ଜବାବ ଦେଉଛି । ତେବେ ଭାରତୀୟ ପକ୍ଷରୁ କୌଣସି କ୍ଷୟକ୍ଷତି ସମ୍ପର୍କରେ ଖବର ନାହିଁ ବୋଲି ସୂତ୍ରରୁ ପ୍ରକାଶ।
ଏହା ପୂର୍ବରୁ ଆଜି ପାକିସ୍ତାନ ରେଞ୍ଜର୍ସ ଜାମ୍ମୁ କାଶ୍ମୀରର କାଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମା (ଆଇବି) କଡରେ ଥିବା ଫରୱାର୍ଡ ପୋଷ୍ଟ ତଥା ଗ୍ରାମ ଉପରେ ଗୁଳି ଚଳାଇ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ।