ଓଡିଶା

odisha

ETV Bharat / bharat

ପାକ୍‌ର ଅସ୍ତ୍ରବିରତି ଉଲ୍ଲଙ୍ଘନ: ଜଣେ ଯବାନ ଶହୀଦ, 5 ବର୍ଷର ଶିଶୁ ମୃତ - ଜମ୍ମୁ-କାଶ୍ମୀର

ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲଙ୍ଘନ । ଏଥିରେ ବିଏସଏଫର ଜଣେ ଯବାନ ଶହୀଦ ହୋଇଛନ୍ତି । ଏହା ବ୍ୟତିତ ଏଥିରେ ଜଣେ 5 ବର୍ଷିୟ ଶିଶୁର ମୃତ୍ୟୁ ଘଟିଛି ।

ଫାଇଲ ଫଟୋ

By

Published : Apr 1, 2019, 7:41 PM IST

ଶ୍ରୀନଗର: ପୁଣି ସାମ୍ନାକୁ ଆସିଛି ପାକିସ୍ତାନର ଅସଲି ଚେହେରା। ଜମ୍ମୁ-କାଶ୍ମୀରପୁଞ୍ଚସେକ୍ଟରରେ ପାକିସ୍ତାନୀ ସେନା ସୋମବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଅତର୍କିତ ଗୁଳି-ଗୋଳା ବର୍ଷା ଜାରି ରଖିଛି । ଏପଟେ ଭାରତ ପକ୍ଷରୁପାକ୍‌ର ଯୁଦ୍ଧ ବିରାମ ଉଲ୍ଲଙ୍ଘନର ପାଲଟା ଜବାବ ମଧ୍ୟ ଜାରି ରହିଛି । ତେବେ ପାକିସ୍ତାନର ଗୁଳି ବର୍ଷାରେ ଭାରତୀୟ ସେନାର ଜଣେ ଯବାନ ଶହୀଦ ହୋଇଥିବା ବେଳେ ଜଣେ 5 ବର୍ଷର ଶିଶୁ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।

ସୀମା ନିକଟବର୍ତ୍ତୀ କେତେକ ଗ୍ରାମକୁ ଟାର୍ଗେଟ କରି ମୋର୍ଟାର ମାଡ କରିଛି ପାକିସ୍ତାନ।ଏପରିକି ଅସ୍ତ୍ରବିରତି ଉଲ୍ଲଙ୍ଘନରେଅନ୍ୟ 10 ଜଣ ମଧ୍ୟ ଆହତ ହୋଇଥିବା ଜଣା ପଡିଛି। ଏହା ସହିତ ଏଥିରେ 5-6 ଜଣ ଭାରତୀୟ ଯବାନ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ଭାରତୀୟ ସେନା ମଧ୍ୟ ଅସ୍ତ୍ରବିରତି ଉଲ୍ଲଙ୍ଘନରଦୃଢ ଜବାବ ଦେବାକୁ ଯାଇ ପାକିସ୍ତାନର 2ଟି ଫରଓ୍ବାର୍ଡ ପୋଷ୍ଟ (ଆଗୁଆ ଘାଟି)କୁ ଧ୍ବଂସ କରିଦେଇଛି। ଏହା ବ୍ୟତିତ ଭାରତୀୟ ସେନାର ଗୁଳିରେ ପାକିସ୍ତାନର 2 ଯବାନ ଟଳି ପଡିଥିବା ଜଣା ପଡିଛି ।

ଏହା ପୂର୍ବରୁ ଆଜି(ସୋମବାର) ସକାଳ ପ୍ରାୟ 7 ଟା 45 ସମୟରେ ପୁଞ୍ଚ ଜିଲ୍ଲାର ୫ଟି ସୀମାନ୍ତ ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାରମାଡ଼ କରାଯାଇଥିଲା । ପୁଞ୍ଚସ୍ଥିତମନକୋଟ୍‌, କୃଷ୍ଣାଘାଟି, ଦବରଜ୍‌, ଶାହପୁର ଏବଂ କିରନୀ ସେକ୍ଟରରେ ପାକିସ୍ତାନମୋର୍ଟାରମାଡ଼ କରିଥିଲା ।

ABOUT THE AUTHOR

...view details