ଓଡିଶା

odisha

ETV Bharat / bharat

ଥମୁନି ପାକିସ୍ତାନର ବଦମାସୀ, ଗୋଟିଏ ଦିନରେ 2 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ - pak violate ceasefire

ଗୋଟିଏ ଦିନରେ ଦୁଇ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ତେବେ ଭାରତ ମଧ୍ୟ ଦେଇଛି ଏହାର ପ୍ରତି ଜବାବ ।

ପ୍ରତୀକାତ୍ମକ ଫଟୋ

By

Published : Mar 21, 2019, 6:35 PM IST

ରଜୌରୀ: ଗୋଟିଏ ପଟେ ଆତଙ୍କବାଦୀ ବିରୋଧରେ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଉଥିବା ପାକିସ୍ତାନ ଅନ୍ୟପଟେ ସୀମାରେ ଲଗାତାର ଗୁଳି ବର୍ଷଣ କରିଚାଲିଛି । ଜମ୍ମୁ ଓ କାଶ୍ମୀରରେ ଗୋଟିଏ ଦିନରେ ପାକ୍‌ ଦୁଇ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଗୁରୁବାର ସକାଳେ ଥରେ ସୀମାରେ ପାକ୍‌ ସେନା ଗୁଳି ମାଡ କରିଥିବାବେଳେ ଅପରାହ୍ନରେ ପୁଣିଥରେ ଗୁଳି ବର୍ଷଣ କରିଛି ।

ରିପୋର୍ଟ ଅନୁସାରେ ଅପରାହ୍ନ 2ଟା 45 ମିନିଟ୍‌ ସମୟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ରଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ପାକ୍‌ ସେନା ଗୁଳିମାଡ କରିଛି । ଏଥିରେ କେହି ମୃତାହତ ହେବାର କୌଣସି ସୂଚନା ନାହିଁ । ତେବେ ଭାରତ ପକ୍ଷରୁ ଏହାର ଦୃଢ ଜବାବ ଦିଆଯାଇଛି । ଶେଷ ସମ୍ବାଦ ଅନୁସାରେ ଉଭୟ ପକ୍ଷ ମଧ୍ୟରେ ଗୁଳିବର୍ଷଣ ଜାରି ରହିଛି ।

ପୂର୍ବରୁ ସକାଳେ ମଧ୍ୟ ପାକ୍‌ ସେନା ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ସୁନ୍ଦରବନୀ ସେକ୍ଟରରେ ପାକ୍‌ ପକ୍ଷରୁ ଗୁଳିମାଡ ହୋଇଥିଲା । ଭାରତ ମଧ୍ୟ ଏହାର ପ୍ରତି ଜବାବ ଦେଇଥିଲା । ତେବେ ଉଭୟ ପକ୍ଷ ଗୁଳି ବିନିମୟରେ ଜଣେ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ସୂଚନାନୁସାରେ ଶହୀଦ ଯବାନ 24 ବର୍ଷିୟ ୟଶ ପାଲ ବୋଲି ଜଣାପଡିଛି ।

ABOUT THE AUTHOR

...view details