ଓଡିଶା

odisha

ETV Bharat / bharat

ଜମ୍ମୁ-କାଶ୍ମୀରରୁ ପାକିସ୍ତାନ ଗୁପ୍ତଚର ଗିରଫ - Pak spy arrested in J&K's Samba

ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ସହ ଲିଙ୍କ୍ ଅଭିଯୋଗରେ ଜମ୍ମୁ ଅଞ୍ଚଳର ନରଭାଲ୍ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି ସ୍ପେଶାଲ ଅପରେସନ୍ ଗ୍ରୁପ୍ (SOG) । ଟଙ୍କା ନେଇ ପାକିସ୍ତାନକୁ ଫଟୋ ପଠାଉଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ...

ଜାମ୍ମୁ-କାଶ୍ମୀରରୁ ପାକିସ୍ତାନ ଗୁପ୍ତଚର ଗିରଫ
ଜାମ୍ମୁ-କାଶ୍ମୀରରୁ ପାକିସ୍ତାନ ଗୁପ୍ତଚର ଗିରଫ

By

Published : Mar 4, 2020, 11:47 PM IST

ଶ୍ରୀନଗର: ଜମ୍ମୁ ଅଞ୍ଚଳର ନରଭାଲ୍ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ସହ ଲିଙ୍କ୍ ଅଭିଯୋଗରେ ଗିରଫ କରିଛି ସ୍ପେଶାଲ ଅପରେସନ୍ ଗ୍ରୁପ୍ (SOG) । ଗିରଫ ଅଭିଯୁକ୍ତ ଜଣକ ନାଁ ପଙ୍କଜ ଶର୍ମା ହୋଇଥିବା ବେଳେ ସାମ୍ବାର ତାରୋର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ପ୍ରାଥମିକ ଅନୁସନ୍ଧାନରେ ଅଭିଯୁକ୍ତ ପାଖରେ ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଇସା ଦେଣନେଣ ହୋଇଥିବା ଜଣାପଡିଛି । ଅଧିକ ତଥ୍ୟ ପାଇଁ ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟକୁ ଅଧିକ ଯାଞ୍ଚ କରାଯାଉଛି |

କିଛି ବର୍ଷରୁ ଅଭିଯୁକ୍ତ ଜଣକ ଜମ୍ମୁ, ସାମ୍ବା, କଠୁଆ ଭଳି କିଛି ଅଞ୍ଚଳର ଫଟୋକୁ ଟଙ୍କା ବଦଳରେ ସୋସିଆଲମିଡିଆ ଜରିଆରେ ପାକିସ୍ତାନରେ ତାର ସହଯୋଗୀଙ୍କୁ ପଠାଉଥିବା ଅଭିଯୋଗ ହୋଇଛି । ପଚାରାଉଚୁରା ସମୟରେ ଅଭିଯୁକ୍ତ ପଙ୍କଜ ନିଜେ ସ୍ବୀକାର କରିଛି ଯେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସହ ଜାତୀୟ ରାଦଜପଥର ସମ୍ବେଦନଶୀଳ ବ୍ରିଜର ଫଟୋ ପାକିସ୍ତାନ ପଠାଇଛି ।

ଅଭିଯୁକ୍ତ ପଙ୍କଜକୁ ବର୍ତ୍ତମାନ ତ୍ରିକୁଟନଗର ପୋଲିସକୁ ହସ୍ତାନ୍ତର କରାଯାଇଛି । ଏହା ସହ ତା ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ କରାଯାଇଛି । ଏଏସପି ଏଓଜି ଓ ଏସଏସପି ଜମ୍ମୁର ମିଳିତ ସହଯୋଗରେ ଏହି ଅପରେସନର ତତ୍ବବଧାନ କରାଯାଉଥିବା ଜଣାପଡିଛି ।

@ANI

For All Latest Updates

ABOUT THE AUTHOR

...view details