ଇସଲାମାବାଦ: ଆତଙ୍କବାଦୀ ସଙ୍ଗଠନକୁ ପାଣ୍ଠି ଯୋଗାଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କରିଛି ପାକିସ୍ତାନ । ଏହାକୁ ଖଣ୍ଡନ କରିବା ସହିତ କହିଛି ଯେ, ଭାରତ ଅନ୍ତର୍ଜାତୀୟ ସ୍ତରରେ ରାଜନୀତି କରିବାକୁ ଚାହୁଁଛି । ନିଜର ଛବିକୁ ଭାରତ ଖରାପ କରୁଛି ବୋଲି ଅଭିଯୋଗ କରିଛି ପାକିସ୍ତାନ।
ଗତ ସପ୍ତାହରେ ଡିଫେନ୍ସ ଆକାଉଣ୍ଟସ ବିଭାଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ କି ଖୁବ ଶୀଘ୍ର ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ(ଏଫଏଟିଏଫ) ପାକିସ୍ତାନକୁ ବ୍ୟାନ କରିଦେବ । ପାକିସ୍ତାନ ଆତଙ୍କବାଦୀଙ୍କୁ ବାରମ୍ବାର ପାଣ୍ଠି ଯୋଗାଉଥିବାର ଅଭିଯୋଗ ଆସିଥିଲା।
ଏନେଇ ବୈଦେଶିକ ବିଭାଗ କହିଥିଲା କି, ପାକିସ୍ତାନ ବିରୋଧରେ ବାରମ୍ବାର ଏଭଳି ଅଭିଯୋଗ ଆସୁଛି । ଫଳରେ ଏଫଏଟିଏଫରେ ପାକିସ୍ତାନର ସଦସ୍ୟତାକୁ ନେଇ ବିପଦ ଦେଖା ଦେଇପାରେ । ପାକିସ୍ତାନର ଏଭଳି ସଂକୀର୍ଣ୍ଣ ମନୋଭାବ ଉପରେ ବାରମ୍ବାର ଭାରତ ଅଭିଯୋଗ ଆଣୁଛି । ଏଥିପାଇଁ ବୈଦେଶିକ ବିଭାଗ ପାକିସ୍ତାନର କାର୍ଯ୍ୟକଳାପ ଉପରେ ନଜର ରଖିଛି । ଫଳରେ ପାକିସ୍ତାନର ସଦସ୍ୟତା ଉପରେ ବିଚାର କରାଯାଉଛି ବୋଲି ବୈଦେଶିକ କାର୍ଯ୍ୟାଳୟର ଜଣେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ସୋମବାର ପ୍ରକାଶିତ ଖବର ଅନୁଯାୟୀ ଆତଙ୍କବାଦୀ ସଙ୍ଗଠନକୁ ପାଣ୍ଠି ଯୋଗାଣ ଏବଂ ଅର୍ଥ ହେରଫେର ମାମଲା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏଥିପାଇଁ ପାକିସ୍ତାନକୁ ଏକ ବଡ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିବ ବୋଲି ଜଣାପଡ଼ିଛି।