ଓଡିଶା

odisha

ETV Bharat / bharat

କୁଳଭୂଷଣ ମାମଲା: ଭାରତର କୁଇନ କାଉନସିଲ ଦାବିକୁ ପାକିସ୍ତାନର ଖାରଜ - କୁଳଭୂଷଣ ମାମଲା

ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଜାହିଦ ହାଫିଜ ଚୌଧୁରୀ ଗଣାମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି, ଗୁପ୍ତଚର ମାମଲାରେ ପାକିସ୍ତାନୀ ମିଲିଟାରୀ ଯାଦବଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିବାବେଳେ, ଏହି ମାମଲାର ପୁନଃ ଶୁଣାଣି ପାଇଁ ପାକିସ୍ତାନ ବାହାରୁ ଓକଲିଙ୍କୁ ପ୍ରତିନିଧିତ୍ବ କରିବାକୁ ଭାରତ ଅବାସ୍ତବ ଦାବି କରିଆସୁଛି ।

ଭାରତର କୁଇନ କାଉନସିଲ ଦାବିକୁ ପାକିସ୍ତାନର ଖାରଜ
ଭାରତର କୁଇନ କାଉନସିଲ ଦାବିକୁ ପାକିସ୍ତାନର ଖାରଜ

By

Published : Sep 19, 2020, 9:13 AM IST

ଇସଲାମାବାଦ: କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ପୁଣି ଥରେ ଭାରତକୁ ଝଟକା ଦେଇଛି । ପାକିସ୍ତାନ କୁଳଭୂଷଣ ଯାଦବ ମାମଲାରେ କୌଣସି ଭାରତୀୟ ଆଇନଜୀବୀ କିମ୍ବା କୁଇନ କାଉନସିଲ ନିଯୁକ୍ତ କରିବାକୁ ଭାରତର ଦାବିକୁ ଖାରଜ କରିଦେଇଛି । ପାକିସ୍ତାନ ଜେଲରେ ଥିବା ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ଭାରତ ପୁର୍ନଃବିଚାର ପାଇଁ ସ୍ବତନ୍ତ୍ର ଓ ନିରପେକ୍ଷ ତଦନ୍ତ ଲାଗି ଦାବି କରିଥିଲା । ଏଥିପାଇଁ ଭାରତୀୟ ଓକିଲ କିମ୍ବା କୁଇନ କାଉନସିଲ ନିଯୁକ୍ତ ପାଇଁ ଅପିଲ କରିଥିଲା । ଯାହାକୁ ଶୁକ୍ରବାର ପାକିସ୍ତାନ ଖାରଜ କରିଦେଇଛି ।

ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଜାହିଦ ହାଫିଜ ଚୌଧୁରୀ ଏକ ଗଣାମାଧ୍ୟମକୁ ସାକ୍ଷାତକାର ସମୟରେ କହିଥିଲେ, ଗୁପ୍ତଚର ମାମଲାରେ ପାକିସ୍ତାନୀ ମିଲିଟାରୀ ଯାଦବଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିବାବେଳେ, ଏହି ମାମଲାର ପୁନଃ ଶୁଣାଣି ପାଇଁ ପାକିସ୍ତାନ ବାହାରୁ ଓକଲିଙ୍କୁ ପ୍ରତିନିଧିତ୍ବ କରିବାକୁ ଭାରତ ଅବାସ୍ତବ ଦାବି କରିଆସୁଛି ।

ସେ କହିଛନ୍ତି, ଯେଉଁମାନଙ୍କ ପାକିସ୍ତାନରେ ଆଇନ ଅଭ୍ୟାସ କରିବାର ଲାଇସେନ୍ସ ରହିଛି, ସେହି ଆଇନଜୀବୀଙ୍କୁ ପାକିସ୍ତାନୀ କୋର୍ଟରେ ହାଜର ହେବାକୁ ଅନୁମତି ଦିଆଯାଇଛି । ଏହା ଆନ୍ତର୍ଜାତୀୟ ଆଇନ ପ୍ରଥା ଅନୁଯାୟୀ । ତେଣୁ ଏଥିରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ।

କୁଇନ କାଉନସିଲ ଜଣେ ବାରିଷ୍ଟର କିମ୍ବା ଆଡଭୋକେଟ୍ । ଯାହାଙ୍କୁ ଲର୍ଡ ଚାନ୍ସେଲରଙ୍କ ସୁପାରିଶ କ୍ରମେ ବ୍ରିଟେନ ମହାରାଣୀ ପାଇଁ ନିଯୁକ୍ତ କରାଯାଇଛି ।

ଏହାପୂର୍ବରୁ,ପାକିସ୍ତାନର ଇସଲାମାବାଦ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଯାଦବଙ୍କ ପ୍ରତିନିଧିତ୍ୱ ପାଇଁ ଓକିଲ ନିଯୁକ୍ତ କରିବାକୁ ଆଉ ଏକ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଶୁଣାଣି ଏକ ମାସ ପାଇଁ ସ୍ଥଗିତ ରଖାଯାଇଛି।

ମଙ୍ଗଳବାର ଦିନ ପାକିସ୍ତାନର ସଂସଦ ଏକ ନିୟମାବଳୀକୁ ଚାରିମାସର ବଢାଇ ଦେଇଛି ଯାହା ଅନ୍ତର୍ଜାତୀୟ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ) ଅନୁଯାୟୀ ଯାଦବଙ୍କୁ ତାଙ୍କ ହାଇକୋର୍ଟରେ ଦୋଷୀ ସାବ୍ୟସ୍ତ କରିବାକୁ ଆବେଦନ କରିବାକୁ ଅନୁମତି ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details