ଓଡିଶା

odisha

By

Published : Aug 27, 2019, 8:37 PM IST

ETV Bharat / bharat

ଭାରତ ପାଇଁ ବାୟୁମାର୍ଗ ବନ୍ଦ କରିବ ପାକିସ୍ତାନ !

ରେଳ ଏବଂ ବସ୍‌ ସେବା ବନ୍ଦ କରିବା ପରେ ପାକିସ୍ତାନ ଏବେ ଭାରତ ପାଇଁ  ନିଜ ବାୟୁମାର୍ଗକୁ ସମ୍ପୁର୍ଣ୍ଣ ରୂପରେ ବନ୍ଦ କରିବାକୁ ଧମକ ଦେଇଛି । ପାକିସ୍ତାନ ସରକାରର ଜଣେ ମନ୍ତ୍ରୀ ଏଭଳି ଧମକ ଦେଇଛନ୍ତି ।

ଫାଇଲ ଫଟୋ

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରହିଛି । ରେଳ ଏବଂ ବସ୍‌ ସେବା ବନ୍ଦ କରିବା ପରେ ପାକିସ୍ତାନ ଏବେ ଭାରତ ପାଇଁ ନିଜ ବାୟୁମାର୍ଗକୁ ସମ୍ପୁର୍ଣ୍ଣ ରୂପରେ ବନ୍ଦ କରିବାକୁ ଧମକ ଦେଇଛି । ପାକିସ୍ତାନ ସରକାରର ଜଣେ ମନ୍ତ୍ରୀ ଏଭଳି ଧମକ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର

ପାକିସ୍ତାନ ସରକାରର ମନ୍ତ୍ରୀ ଫୱାଦ ଚୌଧୁରୀ ଟ୍ବିଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ପାଇଁ ବାୟୁମାର୍ଗକୁ ସମ୍ପୁର୍ଣ୍ଣ ରୂପରେ ବନ୍ଦ କରିବାକୁ ବିଚାର କରୁଛନ୍ତି । ଏହା ସହିତ ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ପାଇଁ ମଧ୍ୟ ପାକିସ୍ତାନ ରାସ୍ତାର ବ୍ୟବହାର ଉପରେ କଟକଣା ଲଗାଇବାକୁ ଚିନ୍ତା କରୁଛନ୍ତି । ଏନେଇ ପାକିସ୍ତାନର କ୍ୟାବିନେଟ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଏହାକୁ ଆଇନରେ ପରିଣତ କରିବା ପାଇଁ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତି, ମୋଦି ଏହାକୁ ଆରମ୍ଭ କରିଥିଲେ, କିନ୍ତୁ ଶେଷ ଆମେ କରିବୁ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୋମବାର ପରମାଣୁ ଆକ୍ରମଣର ଧମକ ଦେବା ସତ୍ବେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ବେଖାତିର କରିଛନ୍ତି । ବିଦେଶ ଗସ୍ତ ସାରି ଫ୍ରାନ୍ସରୁ ସେ ପାକ୍‌ ବାୟୁସୀମା ଦେଇ ଭାରତ ଫେରିଛନ୍ତି ।

ABOUT THE AUTHOR

...view details