ଓଡିଶା

odisha

ETV Bharat / bharat

ମଝି ଆକାଶରେ ଭାରତର ସ୍ପାଇସ୍‌ ଜେଟ୍‌କୁ ଘେରିଥିଲା ପାକର F-16 - ଭାରତର ସ୍ପାଇସ୍‌ ଜେଟ୍‌କୁ ଘେରିଥିଲା ପାକିସ୍ତାନର ଲଢୁଆ ବିମାନ

ଗତ ମାସରେ ପାକିସ୍ତାନ କରିଥିବା ଏକ ଅତ୍ୟନ୍ତ ନିନ୍ଦନୀୟ କାରନାମାର ଖୁଲାସା ହୋଇଛି । ପାକ୍‌ର ଯୁଦ୍ଧ ବିମାନ F-16 ମଝି ଆକାଶରେ  ଘଣ୍ଟାଏ କାଳ ସ୍ପାଇସ ଜେଟ୍‌ର ଏକ ବିମାନକୁ ଘେରାବନ୍ଦୀ କରିଥିଲା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Oct 17, 2019, 10:18 PM IST

ନୂଆଦିଲ୍ଲୀ: ଭାରତ ବିରୋଧୀ ମନୋଭାବରେ ବ୍ୟସ୍ତ ପାକିସ୍ତାନ । ନିଜ ଜାଲରେ ନିଜେ ଫସିବା ସହ ଭାରତ ବିରୋଧୀ ସମସ୍ତ ଚାଲ ପଦାରେ ପଡିବା ପରେ, ବିଳିବିଳୋଉଛି ପାକିସ୍ତାନ । ଏବେ ପାକିସ୍ତାନର ଆଉ ଏକ ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି ।

ଫଟୋ ସୌଜନ୍ୟ: ଏଏନଆଇ

ଗତ ମାସରେ ପାକିସ୍ତାନ କରିଥିବା ଏକ ଅତ୍ୟନ୍ତ ନିନ୍ଦନୀୟ କାରନାମାର ଖୁଲାସା ହୋଇଛି । ପାକ୍‌ର ଯୁଦ୍ଧ ବିମାନ F-16 ମଝି ଆକାଶରେ ଘଣ୍ଟାଏ କାଳ ସ୍ପାଇସ ଜେଟ୍‌ର ଏକ ବିମାନକୁ ଘେରାବନ୍ଦୀ କରିଥିଲା । ଖାଲି ସେତିକି ନୁହେଁ ବିମାନର ପାଇଲଟଙ୍କୁ ବିମାନର ଉଡାଣର ଉଚ୍ଚତା କମ କରିବା ସହ ବିମାନ ଚଳାଚଳର ସବିଶେଷ ତଥ୍ୟ ମାଗିଥିଲା ।

ସମ୍ପୂର୍ଣ୍ଣ ଘଟଣା ଏହିପରି । ସେପ୍ଟେମ୍ବର 23 ତାରିଖରେ ସ୍ପାଇସ୍‌ ଜେଟ୍‌ର ବିମାନ SG-16 ଦିଲ୍ଲୀରୁ କାବୁଲ ଅଭିମୁଖେ ଉଡାଣ କରିଥିଲା । ବିମାନରେ ମୋଟ 120 ଯାତ୍ରୀ ଥିଲେ । ଯେତେବେଳ ବିମାନ ପାକିସ୍ତାନ ଆକାଶ ମାର୍ଗର ପ୍ରବେଶ କରିଥିଲା ଏହି ଅପ୍ରୀତିକର କାରନାମା ମଝି ଆକାଶରେ ରଚିଥିଲା ପାକିସ୍ତାନ । ପାକିସ୍ତାନ ଭାରତ ପାଇଁ ନିଜ ଆକାଶମାର୍ଗ ଖୋଲା ରଖିଥିବା ବେଳେ ଏଭଳି କାଣ୍ଡ କରିବା ପଛରେ ଉଦ୍ଦେଶ୍ୟ ସନ୍ଦେହ ଘେରରେ ।

ସୂତ୍ର ଅନୁସାରେ ସ୍ପାଇସ ଜେଟ୍‌ ବିମାନର ପାଇଲଟକୁ ଯୁଦ୍ଧ ବିମାନ ଏଫ୍‌-16 ବିମାନର ପାଇଲଟ ଫ୍ଲାଇଟର ସମ୍ପୂର୍ଣ୍ଣ ସୂଚନା ମାଗିଥିଲେ । ଏହି ସମୟରେ ବିମାନ ଚାଳକ ଏହା ଭାରତର ସ୍ପାଇସ୍‌ ଜେଟର ଏକ କମର୍ସିଆଲ ଫ୍ଲାଇଟ ଓ ଏହା କାବୁଲ ଯାଉଥିବା ସୂଚନା ଦେଇଥିଲେ ।

ମଝି ଆକାଶରେ ଏଫ୍‌-16 ଭାରତୀୟ ବିମାନକୁ ଘେରାବନ୍ଦୀ କରିଥିବା ସମୟରେ ସ୍ପାଇସ୍‌ ଜେଟ୍‌ର ଯାତ୍ରୀ ମାନେ ଏଫ୍‌-16ରେ ଥିବା ପାଇଲଟ ସ୍ପାଇସ ଜେଟ ପାଇଲଟଙ୍କୁ ହାତରେ ଇସାରା କରି ଉଚ୍ଚତା କମ କରିବା ପାଇଁ କହୁଥିବା କହିଛନ୍ତି ।

ସମ୍ପୂର୍ଣ୍ଣ ଘଟଣା ପରେ ଏହା ପଛର କାରଣ ଜଣାପଡିଛି । ସୂତ୍ର ମୁତାବକ ସମସ୍ତ ବିମାନର ଗୋଟିଏ ଗୋଟିଏ ସ୍ବତନ୍ତ୍ର କୋଡ୍‌ ରହିଥାଏ । ସ୍ପାଇସ୍‌ ଜେଟ୍‌ର କୋଡ୍‌ ‘SG’ । ଯାହାକୁ ପାକିସ୍ତାନ ATC ଭାରତୀୟ ବାୟୁସେନାର ବିମାନ କୋଡ୍‌ ‘AI’ ଭାବି ମଝି ଆକାଶରେ ଘେରିବା ପାଇଁ ନିଜ ଲଢୁଆ ବିମାନ ଏଫ୍‌-16 ପଠାଇଥିଲା ବୋଲି ଜଣା ପଡିଛି ।

ABOUT THE AUTHOR

...view details