ଓଡିଶା

odisha

By

Published : Oct 7, 2020, 12:13 PM IST

ETV Bharat / bharat

କୋର୍ଟରେ ହାଜର ହେବେନି କୁଳଭୂଷଣଙ୍କ ପ୍ରତିରକ୍ଷା ଓକିଲ

ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାରେ ଇସଲାମାବାଦ ହାଇକୋର୍ଟଙ୍କ ଦ୍ବାରା ସ୍ଥିର ହୋଇଥିବା ପ୍ରତିରକ୍ଷା ଓକିଲ କୋର୍ଟରେ ହାଜର ହେବାକୁ ମନା କରି ଦେଇଛନ୍ତି।

କୁଳଭୂଷଣ ଯାଦବ
କୁଳଭୂଷଣ ଯାଦବ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାରେ ଇସଲାମାବାଦ ହାଇକୋର୍ଟଙ୍କ ଦ୍ବାରା ସ୍ଥିର ହୋଇଥିବା ପ୍ରତିରକ୍ଷା ଓକିଲ କୋର୍ଟରେ ହାଜର ହେବାକୁ ମନା କରି ଦେଇଛନ୍ତି। ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଦୁଃଖ ପ୍ରକାଶ କରି ସେ କୁଳଭୂଷଣ ଯାଦବଙ୍କୁ କୋର୍ଟରେ ପ୍ରତିରକ୍ଷା କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ଏହାପୂର୍ବରୁ ଇସଲାମାବାଦ ହାଇକୋର୍ଟ ଦୁଇଜଣ ବରିଷ୍ଠ ଓକିଲ- ଆବିଦ ହାସନ ମିନଟୋ ଏବଂ ମଖଦୁମ ଅଲି ଖାନଙ୍କୁ ପ୍ରତିରକ୍ଷା ଓକିଲ ଭାବରେ ନିଯୁକ୍ତ କରିବାକୁ କହିଥିଲେ କିନ୍ତୁ ମଙ୍ଗଳବାର ଦିନ ଦୁଇ ଓକିଲ କୁଳଭୂଷଣ ଯାଦବଙ୍କ ମାମଲାରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ମନା କରିଦେଇଥିଲେ।

ଆବିଦ୍ ହାସନ୍ ମିନଟୋ ତାଙ୍କ ପ୍ରତିରକ୍ଷାରେ କହିଛନ୍ତି ଯେ ସେ ଅବସର ନେଇଛନ୍ତି ଏବଂ ଦୀର୍ଘ ଦିନ ଧରି ପ୍ରାକ୍ଟିସରେ ନାହାଁନ୍ତି। ଏଥିସହ ମଖଦୁମ ଅଲି ଖାନ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଦର୍ଶାଇ ମାମଲାରୁ ପଛଘୁଞ୍ଚା ଦେଇଛନ୍ତି । ପ୍ରକାଶଥାଉକି, ପାକିସ୍ତାନୀ ଜେଲରେ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ପାଇଁ ଭାରତ ଏକ କୁଇନ୍ସ କାଉନସେଲ କିମ୍ବା ବାହ୍ୟ ପରାମର୍ଶ ଲୋଡିଥିଲେ କିନ୍ତୁ ପାକିସ୍ତାନ ଭାରତର ଦାବିକୁ ଅବାସ୍ତବ ବୋଲି କହି ପ୍ରତ୍ୟାଖ୍ୟାନ କରିଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧରୀ କହିଛନ୍ତି ଯେ ଭାରତ କ୍ରମାଗତ ଭାବରେ ବାହ୍ୟ ପରାମର୍ଶ ଲୋଡୁଛି, ଏହା ସମ୍ପୂର୍ଣ୍ଣ ଅବାସ୍ତବ ଅଟେ । ପ୍ରକାଶଥାଉକି, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ 17 ସେପ୍ଟେମ୍ବରରେ ପାକିସ୍ତାନକୁ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିଥିଲେ। ସେ କୌଣସି ସର୍ତ୍ତ ବିନା ଯାଦବଙ୍କୁ କୂଟନୈତିକ ସୁବିଧା ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ, ଏକ ନ୍ୟାୟପୂର୍ଣ୍ଣ ତଥା ନିରପେକ୍ଷ ଶୁଣାଣି ପାଇଁ ଜଣେ ଭାରତୀୟ ଓକିଲ କିମ୍ବା କୁଇନ୍ସ ପରାମର୍ଶଦାତା ନିଯୁକ୍ତ କରିବାକୁ ଦାବି କରିଥିଲେ ।

ABOUT THE AUTHOR

...view details