ଓଡିଶା

odisha

ETV Bharat / bharat

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପାକ୍ ଆର୍ମି ମେଜର୍ ଙ୍କ ସହ 6 ସେନା ମୃତ - ଲ୍ୟାଣ୍ଡମାଇନ ବିସ୍ଫୋରଣ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଅଧିକାରୀଙ୍କ ସମେତ 6 ପାକିସ୍ତାନୀ ସେନା ପ୍ରାଣ ହରାଇଛନ୍ତି। ତେବେ ଶୁକ୍ରବାର ଦକ୍ଷିଣ ବାଲୋଚିସ୍ତାନରେ ଏହି ବିସ୍ଫୋରଣ ଘଟିଥିବା ପାକିସ୍ତାନୀ ସାମରିକ ମୁଖପାତ୍ର ସୂଚନା ଦେଇଛନ୍ତି।

pak
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପାକ୍ ଆର୍ମି ମେଜର୍ ଓ 6 ସେନା ମୃତ

By

Published : May 9, 2020, 9:52 AM IST

ଇସଲାମବାଦ୍: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଅଧିକାରୀଙ୍କ ସମେତ 6 ପାକିସ୍ତାନୀ ସେନା ପ୍ରାଣ ହରାଇଛନ୍ତି। ତେବେ ଶୁକ୍ରବାର ଦକ୍ଷିଣ ବାଲୋଚିସ୍ତାନରେ ଏହି ବିସ୍ଫୋରଣ ଘଟିଥିବା ପାକିସ୍ତାନୀ ସାମରିକ ମୁଖପାତ୍ର ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ ଦୂରରେ ରହି ଏକ ରିମୋର୍ଟ କଣ୍ଟ୍ରୋଲ ଡିଭାଇରସ ଦ୍ବାରା ପରିଚାଳିତ କରାଯାଇଥିଲା। ଯାହା ପାକିସ୍ତାନ ଓ ଇରାନ ସୀମାର 14 କିଲୋମିଟର ଦୂରରେ ଘଟିଥିଲା।

ସାମରିକ ମୁଖପାତ୍ରଙ୍କ କହିବା ଅନୁସାରେ, ମେକ୍ରାନର ପାର୍ବତ୍ୟ ଅଞ୍ଚଳରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ବିଭିନ୍ନ ମାର୍ଗ ଯାଞ୍ଚ କରିବାକୁ ସୌନିକମାନେ ଯାଇଥିଲେ। ସେଠାର କେଞ୍ଚ ଜିଲ୍ଲାର ତୁର୍ବାଟରରୁ ବୁଲେଡାଠାରୁ ଫେରୁଥିବା ବେଳେ ଦକ୍ଷିଣ ବାଲୁଚିସ୍ତାନରେ ସେନା ଗାଡି ଉପରେ ଆକ୍ରମଣ କରାଯାଇଥିଲା।

ହେଲେ ସ୍ବାଧୀନତା ପାଇଁ ସଂଗ୍ରାମ କରୁଥିବା ବାଲୁଚ ସଶସ୍ତ୍ର ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ବାଲୁଚ ଲିବରେସନ ଆର୍ମି କହିଛି। ଏନେଇ ବାଲୁଚିସ୍ତାନ ପୋଷ୍ଟ ପରି ଏକ ସ୍ଥାନୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି।

ବିସ୍ଫୋରଣରେ ନିହତ ହୋଇଥିବା ସମସ୍ତ ସେନା ଅଧିକାରୀଙ୍କୁ ଡ୍ରଗ୍ସ ଡିଲରମାନଙ୍କୁ ସାହାଯ୍ୟ କରିବା ଏବଂ ବିଦ୍ରୋହୀମାନଙ୍କୁ ନେବା କାର୍ଯ୍ୟରେ ସିଧାସଳଖ ଜଡିତ ଥିବା ବାଲୋଚୀ ଆର୍ମି ତାର ବିବୃତ୍ତିରେ ଅଭିଯୋଗ କରିଛି।

ABOUT THE AUTHOR

...view details