ଓଡିଶା

odisha

ETV Bharat / bharat

ପେଣ୍ଟିଂରେ ପ୍ରତିବାଦ, ଜାମିଆମିଲିୟା କାନ୍ଥରେ ସିଏଏ ବିରୋଧରେ ଚିତ୍ର - ନାଗରିକତା ସଂଶୋଧନ ଆଇନ୍‌

ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ (ଏନଆରସି)କୁ ନେଇ ଜାମିଆମିଲିୟା ଇସଲାମିଆ ବିଶ୍ଵବିଦ୍ୟାଳୟ ଲଗାତାର ବିରୋଧ ପ୍ରଦର୍ଶନ ଜାରି ରହିଛି। ଏପରିକି ବିଶ୍ବବିଦ୍ୟାଳୟର କାନ୍ଥବାଡରେ ସ୍ଲୋଗାନ ସହ ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରି ପେଣ୍ଟିଂ କରିଛନ୍ତି ଛାତ୍ରଛାତ୍ରୀ। ଅଧିକ ପଢନ୍ତୁ...

painting-on-the-walls-of-jamia-in-protest-against-caa
ଡିଜାଇନ ଫଟୋ

By

Published : Jan 15, 2020, 1:02 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣ (ଏନଆରସି)କୁ ନେଇ ଜାମିଆମିଲିୟା ଇସଲାମିଆ ବିଶ୍ଵବିଦ୍ୟାଳୟରେ ଲଗାତାର ବିରୋଧ ପ୍ରଦର୍ଶନ ଜାରି ରହିଛି। ଏବେ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ ପାଇଁ କଲେଜ କାନ୍ଥ, ପ୍ରାଚୀରର ସାହାରା ନେଇଛନ୍ତି। ବିଶ୍ବବିଦ୍ୟାଳୟର କାନ୍ଥବାଡରେ ସ୍ଲୋଗାନ ସହ ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରି ପେଣ୍ଟିଂ କରିଛନ୍ତି ଛାତ୍ରଛାତ୍ରୀ।

ପେଣ୍ଟିଙ୍ଗରେ ପ୍ରତିବାଦ, ଜାମିଆ କାନ୍ଥରେ ସିଏଏ ବିରୋଧ ଚିତ୍ର

ଏହି ଆଇନକୁ ବିଭିନ୍ନ ମାଧ୍ୟମରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାସହ ଯେଉଁ ଛାତ୍ରଛାତ୍ରୀ ପେଣ୍ଟିଂରେ ପାରଦର୍ଶିତା ହାସଲ କରିଛନ୍ତି। ସେମାନେ କାନ୍ଥବାଡରେ ଚିତ୍ର ମାଧ୍ୟମରେ ବିରୋଧ ପ୍ରଦର୍ଶନକୁ ଚିତିତ୍ର କରୁଛନ୍ତି। କାନ୍ଥରେ ଚିତ୍ର ହଜାର ହଜାର ଲୋକେ ଦେଖିବେ। ମଞ୍ଚ ଓ ମାଇକରେ ଜାମିଆ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ ଜାରି ରଖିବା ସହ ଏବେ ପେଣ୍ଟିଂ ମାଧ୍ୟମରେ ମଧ୍ୟ ନୀରବତାର ସହ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି।

ABOUT THE AUTHOR

...view details