ଓଡିଶା

odisha

ETV Bharat / bharat

ଅହମ୍ମଦାବାଦରେ ସୁଦର୍ଶନଙ୍କ ବାଲୁକା କଳା: ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି - ସ୍ବଚ୍ଛ ଭାରତ ମିଶନ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର 150ତମ ଜନ୍ମ ଜୟନ୍ତୀକୁ ବେଶ ଉତ୍ସାହର ସହ ପାଳନ କରିଛି ସାରା ଦେଶ । ଏହି ଅବସରରେ 2014 ମସିହାରୁ ଆରମ୍ଭ ହୋଇଥିବା ‘ସ୍ବଚ୍ଛ ଭାରତ’ ଅଭିଯାନକୁ ନେଇ ଅହମ୍ମଦାବାଦରେ ପ୍ରଦର୍ଶିତ ହୋଇଛି ବାଲୁକା କଳା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ, ଟ୍ବିଟର @narendramodi

By

Published : Oct 3, 2019, 12:50 PM IST

ଗାନ୍ଧୀନଗର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର 150ତମ ଜୟନ୍ତୀକୁ ବେଶ ଉତ୍ସାହର ସହ ପାଳନ କରିଛି ସାରା ଦେଶ । ଗାନ୍ଧୀ ଜୟନ୍ତୀ ପାଳନ ସହ ଦେଶରେ ଆରମ୍ଭ ହୋଇଛି ଅନେକ ଯୋଜନା । ଯେଉଁଥିରୁ ଗୋଟିଏ ହେଉଛି 2022 ସୁଦ୍ଧା ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପରି ଯୋଜନା । ତେବେ ଏହି ଅବସରରେ 2014 ମସିହାରୁ ଆରମ୍ଭ ହୋଇଥିବା ‘ସ୍ବଚ୍ଛ ଭାରତ’ ଅଭିଯାନକୁ ନେଇ ଅହମ୍ମଦାବାଦରେ ପ୍ରଦର୍ଶିତ ହୋଇଛି ବାଲୁକା କଳା ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ, ଟ୍ବିଟର @narendramodi

ଓଡିଶାର ପ୍ରଖ୍ୟାତ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଥିବା ଏହି ବାଲୁକା କଳାରେ ବାର୍ତ୍ତା ରହିଥିଲା ‘ଏକ କଦମ୍‌ ସ୍ବଚ୍ଛତା କେ ଔର’ । ଏଥିସହ ବାଲୁକାକଳାରେ ଶୌଚାଳୟକୁ ପରିବାର ପାଇଁ ସମ୍ମାନ ଘର ଭାବେ ଦର୍ଶାଇଥିଲେ ସୁଦର୍ଶନ । ଅହମ୍ମଦାବାଦର ସାବରମତୀ ନଦୀ କୂଳରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ, ଟ୍ବିଟର @paramiyer_

ପରବର୍ତ୍ତୀ ସମୟରେ ସୁଦର୍ଶନ ପଟ୍ଟନାୟକଙ୍କ ଏହି ଆକର୍ଷଣୀୟ ବାଲୁକା କଳାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ପାନୀୟ ଜଳ ଯୋଗାଣ ସଚିବ ପରମେଶ୍ବର ଆୟାର ।

ABOUT THE AUTHOR

...view details