ଓଡିଶା

odisha

ETV Bharat / bharat

ଟିକଟିକ୍କୁ ଅଲବିଦା କହିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ - ଚାଇନିଜ୍ ଆପ୍ ଟିକ୍ ଟକ୍

ଫୋନରୁ ଟିକଟକ୍ ହଟାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେ ମଙ୍ଗଳବାର ତାଙ୍କ ଫୋନରୁ ଏହି ଚାଇନିଜ୍ ଆପ୍ ହଠାଇଥିବା ଟ୍ବିଟ କରି ପ୍ରକାଶ କରିଛନ୍ତି।

ଟିକ୍ ଟିକ୍ କୁ ଅଲବିଦା କହିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ଟିକ୍ ଟିକ୍ କୁ ଅଲବିଦା କହିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

By

Published : Jun 30, 2020, 11:42 AM IST

ଭୁବନେଶ୍ବର: ଫୋନରୁ ଟିକଟକ୍ ହଟାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେ ମଙ୍ଗଳବାର ତାଙ୍କ ଫୋନରୁ ଏହି ଚାଇନିଜ୍ ଆପ୍ ହଠାଇଥିବା ଟ୍ବିଟ କରି ପ୍ରକାଶ କରିଛନ୍ତି। ଏହା ସହ ଜୟହିନ୍ଦ ଲେଖିଛନ୍ତି।

ସୂଚନା ଥାଉକି, ଟିକଟକ୍ ରେ ପଦ୍ମଶ୍ରୀ ସୁଦର୍ଶନଙ୍କ 34.3 ହଜାର ଫଲୋୟର୍ସ ରହିଥିବା ସେ ମାତ୍ର ଜଣକୁ ଫଲୋ କରୁଥିଲେ। ଏହାସହ ତାଙ୍କର ସମସ୍ତ ଭିଡିଓରେ ଏବେ ସୁଦ୍ଧା 1.1 ମିଲିୟନ ଲାଇକ୍ ସାଉଁଟିଥିଲେ। ତେବେ ଦେଶର ସୁରକ୍ଷା ଓ ସରକାରଙ୍କ ନିଷ୍ପତ୍ତିକୁ ସେ ସମ୍ମାନ ଜଣାଇ ଯଥାଶୀଘ୍ର ଏହି ଆପକୁ ହଟାଇଦେଇଛନ୍ତି।

ସୂଚନା ଥାଉକି, ଗଲୱାନ ଘାଟିରେ ସଙ୍ଘର୍ଷ ପରେ ଚୀନକୁ କଡା ଯବାବ ଦେବା ପାଇଁ ଭାରତ ସରକାର ଟିକ୍‌ଟକ୍ ଆପକୁ ବ୍ୟାନ କରିଛନ୍ତି। ଏହାସହ ଭାରତରେ ବ୍ୟବହୃତ 59 ଚାଇନିଜ ଆପ୍‌କୁ ନିଷିଦ୍ଧ କରାଯାଇଛି ।

ଏହି ଆପ୍‌ ମଧ୍ୟରେ ମୁଖ୍ୟ ଆପ୍ ଗୁଡିକ ହେଲା- ଟିକଟକ୍, ହେଲୋ, ସେୟାର ଇଟ୍, ୟୁସି ବ୍ରାଉଜର, ବାଇଡୁ ମ୍ୟାପ୍, କ୍ଲବ ଫ୍ୟାକ୍ଟ୍ରି, ଏମଆଇ କମ୍ୟୁନି, ୱି ଚାଟ୍, ୟୁସି ନ୍ୟୁଜ୍, ୱେବୋ, ଜେଣ୍ଡର, ମିଟୁ, କ୍ୟାମସ୍କାନର ।

ABOUT THE AUTHOR

...view details